ଟ୍ବିଟର ସର୍ଭର ପୁଣି ଡାଉନ, ଗୋଟିଏ ମାସରେ ଲଗାତାର ୨ୟ ଥର…
29/12/2022 at 8:17 AM

ନୂଆଦିଲ୍ଳୀ, ୨୯/୧୨: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର ପୁଣି ଥରେ ଡାଉନ ହୋଇଛି। ଗୁରୁବାର ଟ୍ବିଟର ୟୁଜର୍ସଙ୍କୁ ଟ୍ବିଟ କରିବାରେ ଅସୁବିଧାର ସାମ୍ନା କରିଛନ୍ତି। ୟୁଜର୍ସଙ୍କୁ ଟ୍ବିଟର ଲଗ୍ ଇନ୍ କରିବାବେଳେ ଏରର୍ ମେସେଜ୍ ଦେଖାଉଛି। ରିପୋର୍ଟ ଅନୁଯାୟୀ, ସକାଳ ୭:୧୩ ଠାରୁ ୟୁଜର୍ସଙ୍କୁ ଏହି ଅସୁବିଧାର ସାମ୍ନା କରିବାକୁ ପଡ଼ିଛି।
ସର୍ଭର ଡାଉନ ହେବା ଫଳରେ ଟ୍ବିଟର ନୋଟିଫିକେଶନ ମଧ୍ୟ କାମ କରୁନାହିଁ। ଭାରତ, ଆମେରିକା ସମେତ ଅନେକ ଦେଶରେ ଟ୍ବିଟର ସଭର୍ର୍ ଡାଉନ ହୋଇଛି। ସୂଚନାଥାଉ ଏହା ଗୋଟିଏ ମାସରେ ଦ୍ବିତୀୟ ଥର। ଏହା ପୂର୍ବରୁ ୧୧ ଡିସେମ୍ବରରେ ମଧ୍ୟ ୟୁଜର୍ସଙ୍କୁ ଏଭଳି ଅସୁବିଧା ହୋଇଥିଲା।
ସୂଚନାଯୋଗ୍ୟ, ୨ ମାସ ପୂର୍ବରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଏହା ପରଠାରୁ ଏଲନ ମସ୍କ ଚର୍ଚ୍ଚାରେ ଅଛନ୍ତି। ସେ ଲଗାତାର ଟ୍ବିଟରର ପଲିସିରେ ପରିବର୍ତ୍ତନ କରୁଛନ୍ତି।