ସମାଲୋଚନା ପରେ ଟ୍ୱିଟରରେ ପୁନଃ ଯୋଡ଼ି ହେଲା ଆତ୍ମହତ୍ୟାରୁ ସତର୍କ କରାଉଥିବା ଫିଚର
24/12/2022 at 9:00 PM

ୱାଶିଂଟନ ଡିସି: ଆତ୍ମହତ୍ୟା ପାଇଁ ଥିବା ସତର୍କତା ଫିଚରକୁ ହଟାଇ ଦେଇଥିଲା ଟ୍ୱିଟର। ମସ୍କଙ୍କ ନିଷ୍ପତ୍ତିରେ ଏପରି ହୋଇଥିବା ଜଣାପଡ଼ିବା ପରେ ଅନେକ ସମାଲୋଚନା ଶିକାର ହୋଇଥିଲେ ମସ୍କ ଓ ଟ୍ୱିଟର। ଶେଷରେ ଲୋକଙ୍କ ଚାପରେ ପୁଣିଥରେ ଆତ୍ମହତ୍ୟା ସତର୍କତା ଫିଚରକୁ ଯୋଡିଛି କମ୍ପାନୀ।
ଟ୍ୱିଟରେ ଏହି ସୁବିଧା କିଛିଦିନ ପୂର୍ବରୁ ହଟାଇ ଦିଆଯାଇଥିବା ଶୁକ୍ରବାର ରୟଟର୍ସ ଖବର ପ୍ରକାଶ କରିଥିଲା। ଟ୍ୱିଟର କମ୍ପାନୀ ସହିତ ଜଡ଼ିତ ଦୁଇ ବ୍ୟକ୍ତି ନାଁ ଗୋପନ ରଖି ଏହି ସୂଚନା ଦେଇଥିଲେ। ଯାହାକୁ ନେଇ ଅନେକ ତମ୍ବିତୋଫାନ ହେବା ସହିତ ମସ୍କ ସମାଲୋଚନାର ଶିକାର ହୋଇଥିଲେ।
1. The message is actually still up. This is fake news.
— Elon Musk (@elonmusk) December 24, 2022
2. Twitter doesn’t prevent suicide.
ଏହାପରେ ଫିଚର ଉଠାଇ ନେବା ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ- “ଟ୍ୱିଟର ଟ୍ରଷ୍ଟ ଓ ସୁରକ୍ଷା ମୁଖ୍ୟ ଇଲା ଇରୱିନ ରୟଟର୍ସକୁ ପ୍ରତିକ୍ରିୟ ଦେଇ କହିଛନ୍ତି “ଆମେ ଆମର ସୁବିଧାସବୁକୁ ସଂଶୋଧନ କରୁଛୁ। ଏହି ସୁବିଧା କିଛି ସମୟ ପାଇଁ ହଟାଇ ଦିଆଯାଇଛି। ଖୁବଶୀଘ୍ର ଏହାକୁ ପୁନଃ ଲାଗୁ କରାଯିବ। ଆସନ୍ତା ସପ୍ତାହ ସୁଧା ଏହା ପୁନଃ ଲାଗୁ ହୋଇଯିବ ବୋଲି ଆଶା କରୁଛୁ।” ରୟଟର୍ସକୁ ଇ-ମେଲ୍ ଲେଖି ଇରୱିନ ଏହି ସୂଚନା ଦେଇଥିଲେ।
ତେବେ ରିପୋର୍ଟ ପ୍ରକାଶ ପାଇବାର ୧୫ ଘଣ୍ଟା ବିତିବା ଭିତରେ ମସ୍କ ପୂର୍ବରୁ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ହେଲେ ଏବେ ପ୍ରତିକ୍ରିୟା ଦେଇ ଖବରକୁ ମିଥ୍ୟ ବୋଲି କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି “ ମିଛ କଥା। ଏହି ସୁବିଧା ଏବେ ବି ଅଛି।” ଟ୍ୱିଟର ଆତ୍ମହତ୍ୟାକୁ ରୋକିପାରେ ନାହିଁ ବୋଲି ମସ୍କ ଟ୍ୱିଟ୍ କରି କହିଛନ୍ତି।