ଡିସେମ୍ବର ୧୨ ରେ ପୁନଃ ଲଞ୍ଚ ହେବ ଟ୍ବିଟରର ବ୍ଲୁ ସବସ୍କ୍ରାଇବର ସେବା
11/12/2022 at 12:17 PM

ନୂଆଦିଲ୍ଲୀ, ୧୧/୧୨: ପୁଣିଥରେ ଏହାର ପ୍ରିମିୟମ ସେବା ଯୋଗାଇବା ପ୍ରସ୍ତୁତ ଟ୍ବିଟର । ଟ୍ବିଟର ଶନିବାର କହିଛି ଯେ ୟୁଜରଙ୍କୁ ଟ୍ବିଟର ବ୍ଳୁ ସବସ୍କ୍ରିପ୍ସନ କିଣିବାକୁ ପଡ଼ିବ ଯାହାପରେ ସେମାନେ ବ୍ଳୁ ଟିକ୍ ମିଳିବ ଏବଂ ସେମାନେ ସ୍ବତନ୍ତ୍ର ଫିଚର୍ସର ଲାଭ ଉଠାଇପାରିବେ। ଏହି ସେବା ସୋମବାର ଠାରୁ ଆରମ୍ଭ ହେବ। ଗତ ମାସରେ କମ୍ପାନୀ ଏହି ପ୍ରୟାସରେ ବିଫଳ ହୋଇଥିଲା। ଯାହାକୁ ଏବେ ପୁନଃ କାର୍ଯ୍ୟକାରୀ କରିବାକୁ ଯାଉଛି।
ପ୍ରକୃତରେ ଏହି ବ୍ଲୁ ଚେକ୍ ମାର୍କ, କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକଙ୍କୁ ଦିଆଯାଉଥିଲା। ଅକ୍ଟୋବରରେ ୪୪ ବିଲିୟନ ଡଲାରରେ ଏଲନ ମସ୍କ ଟ୍ବିଟର କିଣିବା ପରେ ଟ୍ବିଟରରେ ଅନେକ ପରିବର୍ତ୍ତନ କରିଥିଲେ ମସ୍କ। ଯେଉଁଥିରେ ୮ ଡଲାରରେ ଟ୍ବିଟରର ବ୍ଲୁ ସବସ୍କ୍ରିପସନ କିଣିପାରିବେ ବୋଲି କହିଥିଲେ ମସ୍କ। କିନ୍ତୁ ଏହାକୁ ସେହି ସମୟରେ ବିରୋଧ କରାଯାଇଥିଲା। ଫଳରେ ଟ୍ବିଟରର ଏହି ସେବାକୁ ସ୍ଥଗିତ କରିଥିଲା।
ତେବେ ବର୍ତ୍ତମାନ ଏହାକୁ ପୁନଃ ଲଞ୍ଚ କରିବାକୁ ଯାଉଛି କମ୍ପାନୀ। କମ୍ପାନୀ ଓ୍ବେବ୍ ୟୁଜର୍ସଙ୍କ ଠାରୁ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସଙ୍କୁ ପାଇଁ ୧୧ ଡଲାର ଦେବାକୁ ପଡ଼ିବ। ଟ୍ବିଟର କହିଛି ଏହି ଫିଚର ଦ୍ବାରା ୟୁଜରଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ, ଏହା ସହ ୟୁଜର ଅଧିକ ସମୟର ଭିଡିଓ ସେୟାର କରିପାରିବେ।