ନୂଆଦିଲ୍ଲୀ ୩୦/୧୧ : ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ପଦବୀ ଛାଡିବା ପରେ ସୋମବାର ଦିନ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟର ସିଇଓ ନିଯୁକ୍ତ ହୋଇଛନ୍ତି। କମ୍ପାନୀର ବୋର୍ଡ କମ୍ପାନୀ ସିଟିଓ ପରାଗ ଅଗ୍ରୱାଲଙ୍କୁ ନୂଆ ସିଇଓ ଚୟନ କରିଛନ୍ତି। ସୋମବାର ଦିନ କମ୍ପାନୀର ଫାଇଲିଙ୍ଗ ଅନୁସାରେ, ପରାଗ ଅଗ୍ରୱାଲଙ୍କୁ ୧ ମିଲିୟନ ଡଲାର ଅର୍ଥାତ ୭ କୋଟି ୫୦ ଲକ୍ଷ ୫୪ ହଜାର ୫୦୦ ଟଙ୍କା ବାର୍ଷିକ ପ୍ୟାକେଜ ମିଳିବ। ତାଛଡା ତାଙ୍କୁ ବୋନସ ସହ ପ୍ରତିବନ୍ଧିତ ସେୟାର ୟୁନିଟ ସମେତ ୧୨.୫ ମିଲିୟନ ଡଲାର (ପ୍ରାୟ ୯୩ କୋଟି ଟଙ୍କା) ମୂଲ୍ୟର ପ୍ରଦର୍ଶନ ଆଧାରିତ ଷ୍ଟକ ୟୁନିଟ ମଧ୍ୟ ଦିଆଯିବ।
ଜ୍ୟାକ ପଦ ଛାଡିବା ଓ ପରାଗ ଅଗ୍ରୱାଲ ନୁଯୁକ୍ତ ହେବା ପରେ ନିଜର ଏକ ଟ୍ୱିଟରେ ପରାଗଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ପ୍ରତ୍ୟେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ପରାଗ ଥିଲେ ଯିଏ କମ୍ପାନୀ ଉନ୍ନତିରେ ବହୁତ ସାହାଯ୍ୟ କରିଛନ୍ତି। ନଭେମ୍ବର ୨୯ ରେ ପରାଗ ଟ୍ୱିଟର ସିଇଓ ନିଯୁକ୍ତ ହୋଇଛନ୍ତି। ଏହାପରେ ସେ ମାଇକ୍ରୋସଫ୍ଟର ସତ୍ୟ ନଡେଲା, ଆଲଫାବେଟର ସୁନ୍ଦର ପିଚାଇ, ଆଇବିଏମର ଅରବିନ୍ଦ କୃଷ୍ଣା ଓ ଏଡୋବ ଶାନ୍ତନୁ ନାରାୟଣଙ୍କ ଭଳି ଭାରତର ଗ୍ଲୋବାଲ୍ ଟେକ୍ ସିଇଓ ତାଲିକାରେ ସାମିଲ ହୋଇଛନ୍ତି।
{"id":552079,"width":672,"height":672,"sizeSlug":"full","linkDestination":"none"}ପରାଗ ଅଗ୍ରୱାଲ ୨୦୧୧ ରେ ଟ୍ୱିଟର ସହ ଯୋଡି ହୋଇଥିଲେ। ତା ପୂର୍ବରୁ ସେ ୟାହୁ ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀ ସହ କାମ କରିଥିଲେ। ଆଇଆଇଟି ମୁମ୍ବାଇରୁ ଇଞ୍ଜିନିୟରିଙ୍ଗ କରିବା ପରେ ସେ ଆମେରିକା ଷ୍ଟାନଫୋର୍ଡ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନ୍ସରେ ପିଏଚଡି କରିଥିଲେ। ୨୦୧୭ ରେ ଟ୍ୱିଟର ତାଙ୍କୁ କମ୍ପାନୀର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ (ସିଟିଓ) କରାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ ପରାଗଙ୍କ ମୋଟ ଆୟ ୧.୫୨ ମିଲିୟନ ଡଲାର (ସାଢେ ୯ କୋଟି ଟଙ୍କାରୁ ଅଧିକ)।
{"id":552081,"width":658,"height":525,"sizeSlug":"full","linkDestination":"none"}ପରାଗ ଅଗ୍ରୱାଲ ୨୦୧୬ ରେ ବିନୀତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି। ପରାଗ ବର୍ତ୍ତମାନ ପତ୍ନୀଙ୍କ ସହ କାଲିଫର୍ଣିଆର ସାନ ଫ୍ରାନସିସ୍କୋରେ ରୁହନ୍ତି। ଉଭୟଙ୍କ ଗୋଟିଏ ପୁଅ ଅଛି।