ଟ୍ୱିଟର ଅଧିଗ୍ରହଣ ପରେ ପରାଗ ଅଗରୱାଲଙ୍କ ସମେତ ବଡ଼ ବଡ଼ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଏଲନ ମସ୍କ

Published By : Prameya-News7 Bureau | October 28, 2022 IST

ୱାଶିଂଟନ: ଟେସଲା ସିଇଓ ଇଲନ ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ କମ୍ପାନୀର ବଡ଼ ବଡ଼ ଅଧିକାରୀମାନଙ୍କୁ ଚାକିରିରୁ ବିଦା କରିଛନ୍ତି। ଟ୍ୱିଟର ସିଇଓ ପରାଗ ଅଗରୱାଲଙ୍କୁ ମଧ୍ୟ ଚାକିରିରୁ ବିଦା କରାଯାଇଥିବା ଖବର ସରବରାହ ସଂସ୍ଥା ଏଫପିରେ ଖବର ପ୍ରକାଶ ପାଇଛି। । ଶୁକ୍ରବାର ଟ୍ୱିଟର କିଣିବାର ପ୍ରକ୍ରିୟା ଶେଷ ହେବା ପରେ ମସ୍କ ବଡ଼ ବଡ଼ କର୍ମଚାରୀଙ୍କୁ ବିଦା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଟ୍ୱିଟର ସିଇଓ ପରାଗ ଅଗରୱାଲ, ବିଜୟ ଗଡ୍ଡେ, ଲିଗାଲ ପିଲିସି ଆଣ୍ଡ ଟ୍ରଷ୍ଟ ମୁଖ୍ୟ ଚିଫ୍ ଫାଇନାନ୍ସିଆଲ ଅଫିସର ନିଡ୍ ସେଗାଲଙ୍କ ଭଳି ବଡ଼ ବଡ଼ ଅଧିକାରୀଙ୍କୁ କମ୍ପାନୀରୁ ବାହାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଟ୍ୱିଟର ସିଇଓ ପରାଗ ଅଗରୱାଲ, ବିଜୟ ଗଡ୍ଡେ, ଲିଗାଲ ପିଲିସି ଆଣ୍ଡ ଟ୍ରଷ୍ଟ ମୁଖ୍ୟ ଚିଫ୍ ଫାଇନାନ୍ସିଆଲ ଅଫିସର ନିଡ୍ ସେଗାଲଙ୍କ ଭଳି ବଡ଼ ବଡ଼ ଅଧିକାରୀଙ୍କୁ କମ୍ପାନୀରୁ ବାହାର କରାଯାଇଛି।

ଏମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମସ୍କ। ଏମାନେ ତାଙ୍କ ମସ୍କଙ୍କ ନାଁରେ ଓ ଟ୍ୱିଟର ନିବେଶକାରୀଙ୍କ ନାଁରେ ଏକାଧିକ ଫେକ୍ ଆକାଉଣ୍ଟ କାଢ଼ି ଭୁଆଁ ବୁଲାଇଛନ୍ତି। ଏଥିପାଇଁ ସେମାନଙ୍କୁ ଚାକିରି ବରଖାସ୍ତ କରାଯାଇଥିବା ସୂଚନା ମିଳିଛି। ଗୁରୁବାର ଟ୍ୱିଟର କିଣିବା ପରେ ମସ୍କ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମୁଁ ମଣିଷପଣିଆକୁ ଭଲପାଏ। ଏହାକୁ ସମର୍ଥନ କରିବା ପାଇଁ ଟ୍ୱିଟର କିଣିଛି।

ଖବର ଅନୁସାରେ, ଗୁରୁବାର ଯେତେବେଳେ ଟ୍ୱିଟର ଡିଲ୍ ଫାଇନାଲ୍ ହେଲା ସେତେବେଳେ ଏହାରି ସିଇଓ ପରାଗ ଅଗରୱାଲ ଓ ନିଦ ଶେହଗଲ ଟ୍ୱିଟର ସାନଫ୍ରାନ୍ସିକୋ ମୁଖ୍ୟାଳୟରେ ଥିଲେ। ଟ୍ୱିଟର କିଣିବା ପରଦିନ ଇଲନ ମସ୍କ ଟ୍ୱିଟର ମୁଖ୍ୟାଳୟ ଯିବା ସହିତ ଟ୍ୱିଟରରେ ନିଜର ବାୟୋ ବଦଳାଇ ଟ୍ୱିଟର ମୁଖ୍ୟ ବୋଲି ଲେଖିଥଲେ।

ଟ୍ୱିଟର ଅଧିଗ୍ରହଣ ପରେ ବିଜ୍ଞାପନଦାତାଙ୍କୁ ମଧ୍ୟ ସିଧା ସିଧା ମେସେଜ୍ ଦେଇଥିଲେ ମସ୍କ। ସେ କହିଥିଲେ “ ଟ୍ୱିଟର ସମସ୍ତଙ୍କ ପାଇଁ ମାଗଣା ସ୍ଥାନ ହୋଇପାରିବ ନାହିଁ। ବିନା ପରିଣାମରେ ଯିଏ ଯାହା ନାହିଁ ତାହା କହିବ।”

ସୂଚନା ଥାଉକି, ଏପ୍ରିଲ୍ 4 ତାରିଖରୁ ଟ୍ୱିଟର କିଣିବା ନେଇ ଡିଲ୍ ଆରମ୍ଭ ହୋଇଥିଲା। 44 ବିଲିୟନ ଆମେରିକୀୟ ଡଲାରରେ ଟ୍ୱିଟର 9.2 ପ୍ରତିଶତ ଶେୟାର କିଣିବା ନେଇ ଘୋଷଣା କରିଥିଲେ ମସ୍କ। ତାଙ୍କ ନାଁରେ ଅନେକ ଫେକ୍ ଆକାଉଣ୍ଟ ରହି ତାଙ୍କ ନାଁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ସେ ଏହାକୁ କିଣିବା ପରେ ଏଗୁଡ଼ିକୁ ଆଗ କ୍ଲିନ୍ କରିବେ ବୋଲି ମସ୍କ କହିଥିଲେ।

ତେବେ ମେ ମାସରେ ପୁଣି ମନ ବଦଳାଇ ଦେଇଥିଲେ ମସ୍କ। କାରଣ ଟ୍ୱିଟର ଯେତିକି ଦାବି କରୁଛି ତା ଠାରୁ ଅଧିକ ଫେକ୍ ଆକାଉଣ୍ଟ ଅଛି ବୋଲି ମସ୍କ ଜାଣିବାକୁ ପାଇଥିଲେ। ଏହାପରେ ସେ ନିଜେ ଟ୍ୱିଟରେ କିଣିବାକୁ ଅନିଚ୍ଛୁକ ବୋଲି ଟ୍ୱିଟ୍ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.