Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଏମିତି ନଜର ଆସିଲେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ, କାଉଣ୍ଟରରେ କର୍ମଚାରୀଙ୍କୁ ସର୍ଭ କଲେ କଫି: ଫଟୋ ଭାଇରାଲ…

4/07/2022 at 12:05 PM

ନୂଆଦିଲ୍ଲୀ ୦୪/୦୭: କଫି କାଉଣ୍ଡରରେ କଫି ପରସୁଛନ୍ତି ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ପରାଗଙ୍କ କଫି ପରସୁଥିବା ଦୃଶ୍ୟ । ଗତ ସପ୍ତାହରେ ଲଣ୍ଡନରେ ଅନେକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପରାଗ ଅଗ୍ରଓ୍ୱାଲ୍ । ସେହି ସମୟରେ ଅଗ୍ରୱାଲ କର୍ମଚାରୀମାନଙ୍କୁ କଫି ପରିବେଷଣ କରିଥିଲେ ।

ଲଣ୍ଡନରେ ଥିବା ସୋସିଆଲ ମିଡିଆ ଜଏଣ୍ଟ ଅଫିସରେ ଅଗ୍ରୱାଲ କଫି ଅର୍ଡର ନେଉଥିବାର ନଜର ଆସିଥିଲେ । ବ୍ରିଟେନର ଟ୍ୱିଟରର ପରିଚାଳନା ନିର୍ଦ୍ଦେଶକ ଦାରା ନାସର ମଧ୍ୟ ସେଦିନ ଡ୍ୟୁଟିରେ ଥିଲେ । ଏଥି ସହିତ ଟ୍ୱିଟରର ମୁଖ୍ୟ ଆର୍ଥିକ ଅଧିକାରୀ ନେଡ ସେଗାଲ କଫି ସହ କିଛି କୁକିଜ ପରିବେଷଣ କରିଥିଲେ ।

ପରାଗ ଅଗ୍ରୱାଲଙ୍କ ବ୍ରିଟେନ ଗସ୍ତ ସମୟରେ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏକ ଷ୍ଟାଣ୍ଡ-ଅପ୍ କମେଡି ଶୋ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସୂଚନା ଥାଉକି, ଟ୍ୱିଟର ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ଛାଡିବା ପରେ ନଭେମ୍ବର ୨୦୨୧ ରେ ପରାଗ ଅଗ୍ରୱାଲଙ୍କୁ କମ୍ପାନୀର ସିଇଓ କରାଯାଇଥିଲା । ମେ ୨୦୨୨ରେ ଅଗ୍ରୱାଲ ଦୁଇଜଣ ବିଶିଷ୍ଟ କର୍ମଚାରୀଙ୍କୁ ବରଖାସ୍ତ କରିଥିଲେ । ଏଥିରେ ଗ୍ରାହକ ଉତ୍ପାଦ ମୁଖ୍ୟ କିଭାନ୍ ବେକପୁର ଏବଂ ରାଜସ୍ୱ ମୁଖ୍ୟ ବ୍ରୁସ୍ ଫାଲ୍କ ଅନ୍ତର୍ଭୁକ୍ତ ଥିଲେ ।

ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ କିଛି ସପ୍ତାହ ପୂର୍ବରୁ ଏକ ସହମତି ବୈଠକରେ ଟ୍ୱିଟର କର୍ମଚାରୀଙ୍କୁ ସମ୍ବୋଧିତ କରିଥିଲେ । ମସ୍କଙ୍କ ଅନୁଯାୟୀ, ସେ ଚାହୁଁଛନ୍ତି ଯେ ଟ୍ୱିଟର ଚାଇନାରେ ୱେଚ୍ ଭଳି ଏକ ସୁପର ଆପରେ ପରିଣତ ହେଉ । ଏଥି ସହିତ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ କଫି କାଉଣ୍ଟରରେ କର୍ମଚାରୀଙ୍କ ସେବା କରୁଥିବା ଦେଖିବାକୁ ମିଳିଥିଲା । ସେ ଟ୍ୱିଟରର ଲଣ୍ଡନ କାର୍ଯ୍ୟାଳୟରେ କଫି ଅର୍ଡର ନେଉଥିବାର ନଜର ଆସିଥିଲେ ।

   Related Posts