<strong>ଭାରତରେ ଟ୍ୱିଟରରେ ବ୍ଲୁ ଟିକ୍ ସେବା ଆରମ୍ଭ</strong><strong>; ମାସକୁ ଦେବାକୁ ପଡ଼ିବ ୯୦୦ ଟଙ୍କା</strong>

Published By : Prameya-News7 Bureau | February 09, 2023 IST

ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହେଲା ଟ୍ୱିଟର ବ୍ଲୁ ସେବା। ଏଣିକି ଗ୍ରାହକଙ୍କୁ ନିଜ ଟ୍ୱିଟର ହ୍ୟାଣ୍ଡେଲ୍‌କୁ ବ୍ଲୁ ଟିକ୍‌ରେ ଭେରିଫାଏଡ୍ କରିବାକୁ ହେଲେ ଦେବାକୁ ପଡ଼ିବ ସବ୍ସକ୍ରିପ୍ସନ ଫି। ଟଙ୍କା ନ ଦେଲେ ଆପଣଙ୍କ ଆକାଉଣ୍ଟ ବ୍ଲୁଟିକ୍ ହୋଇପାରିବ ନାହିଁ। ବର୍ତ୍ତମାନ ଟ୍ୱିଟରରେ ଆର୍ଥିକ ନିଅଣ୍ଟିଆ ପରିସ୍ଥିତି ଦେଖା ଦେଇଛି। ଏହାର ଅଭାବ ପୂରଣ କରିବା ପାଇଁ କମ୍ପାନୀ ନିଜର ବ୍ଲ ଟିକ୍ ସବ୍ସକ୍ରିପ୍‌ସନ୍ ସେବାକୁ ଅଧିକରୁ ଅଧିକ ଦେଶରେ ଆରମ୍ଭ କରିବାକୁ ଚାହୁଁଛି।

ଫେବ୍ରୁଆରୀ ୮ ତାରିଖରୁ ଭାରତ ସମେତ ବ୍ରାଜିଲ, ଇଣ୍ଡୋନେସିଆରେ ମଧ୍ୟ ବ୍ଲୁ ଟିକ୍ ସର୍ଭିସ୍ ଆରମ୍ଭ ହୋଇଛି। ଏହାକୁ ମିଶାଇ ସାରା ବିଶ୍ୱରେ ଟ୍ୱିଟର ୧୫ଟି ଦେଶରେ ଏହି ସେବା ଆରମ୍ଭ କରିଛି। ଏହା ପୂର୍ବରୁ ଆମେରିକା, ବ୍ରିଟେନ୍, କାନାଡ଼ା, ଜାପାନ ଓ ସାଉଦୀଆରବ ଭଳି ଦେଶରେ ବ୍ଲୁଟିକ୍ ସେବା ଆରମ୍ଭ ହୋଇସାରିଛି।

ତେବେ ଭାରତରେ ଗତକାଲି ଠାରୁ ଏହି ସେବା ଲାଗୁ ହୋଇଥିବା ବେଳେ ବ୍ଲୁଟିକ୍ ପାଇଁ ଅଲଗା ଅଲଗା ଫି ରଖାଯାଇଛି। ଯଦି ଆପଣ ମୋବାଇଲ୍‌ରେ ଟ୍ୱିଟରରେ ବ୍ୟବହାର କରୁଛନ୍ତି ତେବେ ବ୍ଲୁ ଟିକ୍ ପାଇଁ ଆପଣଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯଦି ୱେବ୍‌ରେ  ଟ୍ୱିଟର ୟୁଜ୍ କରୁଛନ୍ତି ତେବେ ବ୍ଲୁ ଟିକ୍ ପାଇଁ ମାସକୁ ୬୫୦ ଟଙ୍କା ଦେବାକୁ ପଡ଼ିବ।

ସବ୍ସକ୍ରିପ୍‌ସନ ପ୍ୟାକ୍‌ରେ ବର୍ଷିକିଆ ପ୍ଲାନ ବି ରହିଛି। ଏଥିରେ ଡିସ୍‌କାଉଣ୍ଟ ଦିଆଯାଉଛି। ଯଦି ବର୍ଷିକିଆ ପ୍ଲାନ୍ ଆପଣ ଆକ୍ଟିଭ୍ କରିବେ ତେବେ ଏଥିପାଇଁ ଆପଣଙ୍କୁ ଏକ ବର୍ଷ ପାଇଁ ୬୮୦୦ ଟଙ୍କା ଦେବାକୁ ପଡ଼ିବ। ବର୍ଷିକିଆ ପ୍ଲାନ୍‌କୁ ହିସାବ କଲେ ମାସକୁ ଆପଣଙ୍କର ୫୬୬.୬୭ ଟଙ୍କା ଖର୍ଚ୍ଚ ହେବ।  

ବ୍ଲୁ ଟିକ୍ ପାଇଁ ସବ୍ସକ୍ରିପ୍‌ସନ ଅଧିକ ରହିଛି। କାରଣ ଗୁଗଲ ଓ ଆପଲ ସବ୍ସକ୍ରିପ୍‌ସନ ଫି ଉପରେ ୧୫-୩୦ ପ୍ରତିଶତ କମିଶନ ନେଉଛି। ତେଣୁ ଏହାର ଭରଣା ପାଇଁ ଟ୍ୱିଟର ସବ୍ସକ୍ରିପ୍‌ସ ଫି ଅଧିକ ରଖିଛି ବୋଲି କମ୍ପାନୀ କହିଛି।

ବ୍ଲୁ ଟିକ୍ ସହ ଗ୍ରାହକଙ୍କୁ ମିଳିବ ଏହିସବୁ ସୁବିଧା

ଗ୍ରାହକ ନିଜ ଆକାଉଣ୍ଟକୁ ବ୍ଲି-ଟିକ୍‌ରେ ଭେରିଫାଏଡ୍ କରିବା ସହିତ ଅନ୍ୟାନ୍ୟା ସୁବିଧା ପାରିପାରିବେ। ଯଥା ଟ୍ୱିଟ୍‌କୁ ଏଡିଟ୍ କରିପାରିବେ, ୱେବ୍ ମାଧ୍ୟମରେ ୬୦ ମିନିଟ୍‌ର ବଡ଼ ସାଇଜ୍ ଭିଡିଓ(୨ ଜିବି) ଅପ୍‌ଲୋଡ୍ କରିପାରିବେ, ବୁକ୍‌ମାର୍କ ଅର୍ଗାଇନାଇଜ୍ କରିପାରିବେ। ଆପ୍‌ ଆଇକନକୁ ଇଚ୍ଛା ଅନୁସାର କଷ୍ଟମାଇଡ୍ କରିବା ସହ ଏନ୍‌ଏଫ୍‌ଟି ପ୍ରୋଫାଇଲ୍‌ ଅଡ୍ କରିପାରିବେ।

ସେହିପରେ ଗତକାଲି ଠାରୁ ଆମେରିକାରେ ୪ ହଜାର ୱାର୍ଡ ବିଶିଷ୍ଟ ପୋଷ୍ଟ କରିବାକୁ ଅନୁମତି ମିଳିଛି। ଏହି ପୋଷ୍ଟରେ ଆପଣଙ୍କୁ କେବଳ ୨୮୦ ୱାର୍ଡ ସାମ୍ନାରେ ଦେଖାଯିବ। ଏହାପରେ ବାକି ୱାର୍ଡଗୁଡ଼ିକ 'ଶୋ ମୋର୍' ଅପ୍‌ସନ୍‌ ଉପରେ କ୍ଲିକ୍ କଲେ ଦେଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.