ସରକାରଙ୍କ ସହ ବିବାଦ ମଧ୍ୟରେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ ବ୍ଲକ୍‌ କଲା ଟ୍ବିଟର, ଜାଣନ୍ତୁ କଣ ଥିଲା କାରଣ

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/୬: କେନ୍ଦ୍ର ସରକାରଙ୍କ ନୂଆ ସୋସିଆଲ ମିଡିଆ ନିୟମ କୁ ନେଇ ବିବାଦ ଉପୁଜିଥିବା ବେଳେ ଟ୍ବିଟର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ ବ୍ଲକ୍‌ କରିଛି । ଏନେଇ ଖୋଦ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ସେ ଘଣ୍ଟାଏ ନିଜ ଟ୍ବିଟର ଆକାଉଣ୍ଟ ଆକ୍ସେସ୍‌ କରିପାରିନଥିଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆକାଉଣ୍ଟରେ କ୍ଲିକ୍‌ କରିବା ପରେ ଆମେରିକାର ଡିଜିଟାଲ ମିଲେନିୟମ କପିରାଇଟ୍‌ ନିୟମ ଉଲ୍ଲଂଘନ କରିଥିବା ନେଇ ଲେଖାଥିବା ରବିଶଙ୍କର କହିଛନ୍ତି । ନିଜର ଆକାଉଣ୍ଟ ବ୍ଲକ କରିବାକୁ ନେଇ ରବିଶଙ୍କର ପ୍ରସାଦ କହିଛନ୍ତି, ଟ୍ବିଟର ଆଇଟି ନିୟମ ୪(୮)ର ଉଲ୍ଲଂଘନ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ଆକାଉଣ୍ଟ ବ୍ଲକ୍‌ କରିବାକୁ କମ୍ପାନୀ କୌଣସି ପ୍ରକାର ସୂଚନା ନଦେଇ ନିୟମର ଉଲ୍ଲଂଘନ କରିଛି। ଖୋଦ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଆକାଉଣ୍ଟ ବ୍ଲକ ଏବଂ ଆକ୍ସେସ୍‌ ମିଳିବା ପରର ଫଟୋ ସେୟାର କରିଛନ୍ତି। ଆକାଉଣ୍ଟ ଚାଲୁ ହେବା ପରେ ଟ୍ବିଟ୍‌ର ପଖରୁ ତାଙ୍କୁ ଚେତାବନୀ ଦେଇ ଲେଖାଯାଇଛି ଯଦି ଆଗାମୀ ଦିନରେ କୌଣସି ନୋଟିସ୍‌ ମିଳିବ ତେବେ ତାଙ୍କ ଆକାଉଣ୍ଟ ପୁଣି ଥରେ ବ୍ଲକ୍‌ କିମ୍ବା ସସ୍‌ପେଣ୍ଡ  ହୋଇପାରେ।

ରବିଶଙ୍କର ପ୍ରସାଦ ଶୁକ୍ରବାର ଟ୍ବିଟ୍‌ର ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି, ‘ ବନ୍ଧୁଗଣ ଆଜି କିଛି ନିଆରା ଘଟଣା ଘଟିଲା। ଟ୍ବିଟର ପାଖାପାଖି ଏକ ଘଣ୍ଟା ମୋ ଆକାଉଣ୍ଟ ବ୍ଲକ୍‌ କରିଥିଲା। ଆମେରିକାର ମିଲେନିୟମ କପିରାଇଟ ଆକ୍ଟ ଉଲ୍ଲଂଘନ ଅଭିଯୋଗ ଲଗାଇଥିଲା କମ୍ପାନୀ। ଏହା ପରେ ପୁଣି ଥରେ ଆକାଉଣ୍ଟ ଆକ୍ସେସ୍‌ ମିଳିଲା।’  ସେ ଆହୁରି ଅନ୍ୟ ଏକ ଟ୍ବିଟ୍‌ରେ ଲେଖିଛନ୍ତି, ‘ଟ୍ବିଟ୍‌ର ଯେମିତି କାର୍ଯ୍ୟ କରୁଛି ତାହା ଅଭିବ୍ୟକ୍ତି ସ୍ବାଧୀନତାର ବାର୍ତ୍ତାବହ ନୁହେଁ। ଯାହାକି ସେ ଦାବି କରୁଛି। କେବଳ ଏହା ନିଜର ଏଜେଣ୍ଡା ଚଳାଇବାରେ ଆଗ୍ରହ ଦେଖାଉଛି। ଟ୍ବିଟର ଧମକ ଦେଇ ଜଣାଇବାକୁ ଚାହୁଁଛି ଯଦି ତାହା ଟାଣି ଥିବା ସୀମାରେଖାରେ ନଚାଲନ୍ତି ତେବେ ନିଜର ମନମାନୀ ଅନୁସାରେ ପ୍ଲାଟଫର୍ମରୁ ବାହାର କରିଦେବ।’  

wp:embed {"url":"https://twitter.com/rsprasad/status/1408367383052386309","type":"rich","providerNameSlug":"twitter","responsive":true,"className":""}
https://twitter.com/rsprasad/status/1408367383052386309
/wp:embed

ତେବେ ସମସ୍ତ ସୋସିଆଲ୍‌ ମିଡିଆକୁ ନୂଆ ଆଇଟି ନିୟମର ପାଳନ କରିବାକୁ ହେବ। ଏଥିରେ କୌଣସି ପ୍ରକାର ବୁଝାମଣା କରାଯାଇ ପାରିବ ନାହିଁ ବୋଲି ଲେଖିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.