୨୦୧୮ ଗୋଲ୍ଡ ଆଓ୍ବାର୍ଡରେ ଟ୍ବିଷ୍ଟେଡ୍-୨ର ଆକ୍ଟ୍ରେସ୍ ନିଆ ଶର୍ମା ପିନ୍ଧିଲେ ବୋଲ୍ଡ ,ଟ୍ରାନ୍ସପରେଣ୍ଟ ଡ୍ରେସ୍: ନେଟିଜେନମାନେ କହିଲେ ‘ବେସରମ୍’
3/09/2018 at 3:50 PM

ମୁମ୍ବାଇ ୩/୯: ଏସିଆର ସେକ୍ସିଏଷ୍ଟ ଓମ୍ୟାନ୍ ଏବଂ ଜମାଇ ରାଜାର ଆକ୍ଟ୍ରେସ୍ ନିଆ ଶର୍ମା ୨୦୧୮ ଗୋଲ୍ଡ ଆଓ୍ବାର୍ଡରେ ବୋଲ୍ଡ ଟ୍ରାନସପରେଣ୍ଟ ଡ୍ରେସ୍ ପିନ୍ଧି ଟ୍ରୋଲର ଶିକାର ହୋଇଛନ୍ତି। ନେଟରେ ସକ୍ରିୟ ଥିବା ବ୍ୟକ୍ତିମାନେ ତାଙ୍କୁ ବେସରମ୍ ବୋଲି କହିଛନ୍ତି।
ଏହି ଟ୍ବିଷ୍ଟେଡ୍ ଆକ୍ଟ୍ରେସ୍ ମଧ୍ୟ ଡେଲି ସୋପ୍ ଏକ୍ ହଜାରୋ ମେଁ ମେରି ବେହେନା ହେ ରେ ଭଲ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ। କେବଳ ଆକ୍ଟିଙ୍ଗ ପାଇଁ ନୁହେଁ ନିଜର ଲୁକ୍ ଏବଂ ଫ୍ୟାସନ୍ ପାଇଁ ସେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛନ୍ତି।
ଯଦିଓ ସେ ଏତେଗୁଡ଼ିଏ ସମାଲୋଚନାର ଶିକାର ହୋଇଛନ୍ତି ତେବେ ସେ ଜାଣନ୍ତି ସେହିପରି ଲୋକଙ୍କୁ ଏବଂ ସେପରି ମନ୍ତବ୍ୟକୁ କିପରି ଉତ୍ତର ପ୍ରଦାନ କରାଯିବ।