ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁର ଖୁଲାସା, ସେନସିଟିଭ ମର୍ଡର କେଶ କହିଲେ ଯାଜପୁର ଅତିରିକ୍ତ ଏସ୍‌ପି- ଏହି ଘଟଣାର ସବୁଠାରୁ ବଡ଼ ଟ୍ବିଷ୍ଟ ପଏଣ୍ଟ

Published By : Prameya-News7 Bureau | October 23, 2019 IST

ଯାଜପୁର ୨୩।୧୦-  ସେନସିଟିଭ ମର୍ଡର କେଶ । ଏହା ହିଁ କହିଲେ ଯାଜପୁର ଅତିରିକ୍ତ ଏସପି। ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମୀତାରାଣୀଙ୍କ ମୃତ୍ୟୁ ଘଟଣାର ସବୁଠାରୁ ବଡ଼ ଟ୍ବିଷ୍ଟ ପଏଣ୍ଟ କହିପାରିବା। ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ବୟାନ ରଖିଛି ପୋଲିସ । ଆଉ ପୋଲିସର ଏମିତି ବୟାନ ତଦନ୍ତକୁ ନେଇ ପୋଲିସ ଉପରେ ଉଠିଥିବା ସନ୍ଦେହକୁ ଆହୁରି ବଢାଇ ଦେଇଛି । ସ୍ମୀତାରାଣୀଙ୍କ ମୃତ୍ୟୁ ପରେ  ଯାଜପୁର ଏସପି ଚରଣ ସିଂହ ମୀନା ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ ଏହା ଏକ ପ୍ରେମଜନିତ ଆତ୍ମହତ୍ୟା । ଯାହାକୁ ନେଇ ସବୁଠି ଏସପିଙ୍କୁ ବିରୋଧ କରାଯାଉଛି ।  ଏତିକିବେଳେ ଏସପିଙ୍କ ବୟାନର ଠିକ ଓଲଟା ବିବୃତ୍ତି ରଖିଛନ୍ତି ଅତିରିକ୍ତ ଏସପି । କହିଛନ୍ତି ଏହାଏକ ସେନସିଟିଭି ମର୍ଡର କେଶ ।

{"id":173881}

ଏ ହେଉଛି ଯାଜପୁରର ଦୃଶ୍ୟ । ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଘଟଣାର  ନିରପେକ୍ଷ ତଦନ୍ତ ଦାବିକରି ଯାଜପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା । ଘଟଣା ପଛରେ ଶାସକ ଦଳର ବଡ ବଡିଆଙ୍କ ହାତ ଥିବାରୁ ପୋଲିସ ଏହାକୁ ପ୍ରେମ ଜନିତ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି । ଏପଟେ ପୋଲିସକୁ ପୁଣି ଟାର୍ଗେଟ କରିଛି ବିଜେପି ଗୃହ ସଚିବାଙ୍କୁ ଭେଟିଛି ବିଜେପି ଟିମ୍‌। କହିଛି ସ୍ମିତାରାଣୀ ଡ୍ୟୁଟିରେ ଥିବା ବେଳେ ପ୍ରାଣ ହରାଇଛନ୍ତି। ସରକାର କାହିଁକି ନିଜ ଆଡୁ କେସ୍ ଦେଇନାହାନ୍ତି ବୋଲି ପ୍ରଶ୍ନ କରିଛି।

{"id":173883}

 ସେହିପରି ଯାଜପୁର ଏସପି ଜଣେ ମୃତ ମହିଳାଙ୍କ ଚରିତ୍ର ସଂହାର କରିଥିବାରୁ ତାଙ୍କ  ବିରୋଧରେ ୨୬ ତାରିଖରେ ଯାଜପୁର ଜିଲ୍ଲାର ସବୁ ଥାନା ଓ ଫାଣ୍ଡିରେ ଫୌଜଦାରୀ ମାମଲା ବିଜେପି ରୁଜୁ କରିବ ବୋଲି ଘୋଷଣା କରିଛି । ସେପଟେ ବିଜେଡି କହିଛି ଏହାକୁ ଅଜଥାରେ ରାଜନୀତି କରାଯାଉଛି। ଆଇନ ତା ବାଟରେ ଯାଉଛି।

{"id":173884}

କେବଳ ରାଜନୈତିକ ଦଳ ନୁହେଁ ସ୍ମିତାରାଣୀ ଙ୍କ ମୃତ୍ୟୁ ଘଟଣାକୁ ନେଇ ଆନ୍ଦୋଳନ ଜାରିରଖିଛି ଯାଜପୁର ପଂଚାୟତ କାର୍ଯ୍ୟ ନିର୍ବାହୀ ସଂଘ, ଗ୍ରାମ ରୋଜଗାର ସେବକ ସେବିକା ସଂଘ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ଜିଲ୍ଲାର ୧୦ ବ୍ଲକରେ କାର୍ଯ୍ୟ କରୁଥିବା ୩୦୦ରୁ ଉର୍ଦ୍ଧ୍ବ ପିଇଓ ଓ ଗ୍ରାମସେବକ । ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମୃତକଙ୍କ ପରିବାରକୁ  ୫୦ଲକ୍ଷଟଙ୍କା କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛି ।

{"id":173886}

ସ୍ମୀତାରାଣୀଙ୍କ ମୃତ୍ୟୁ ଘଟଣାକୁ ଆରମ୍ଭରୁ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠିଛି  ଆଉ ଘଟଣାର ସବିଆଇ ତଦନ୍ତ ଦାବି ହେଉଛି ।ଏତିକିବେଳେ ପୋଲିସର ଭିନ୍ନ ଭିନ୍ନ ବୟାନ ମାମଲାକୁ ଆହୁରି ବିବାଦୀୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.