ଟଙ୍କା ଦିଅ ନହେଲେ ହତ୍ୟା କରିଦେବୁ... ଅଭିଯୁକ୍ତ ପୋଲିସ ହେପାଜତରେ ଥାଇ ବି ପରିବାରଲୋକଙ୍କୁ ଆସିଛି ଧମକପୂର୍ଣ୍ଣ କଲ୍

Published By : Prameya-News7 Bureau | August 24, 2022 IST

ବାଲିପାଟଣା ୨୪।୮: ପୋଲିସ ହେପାଜତରେ ଥିବା ବେଳେ ଆସିଛି ଧମକପୂର୍ଣ୍ଣ କଲ । ଟଙ୍କା ଦିଅ ନ ହେଲେ ହତ୍ୟା କରିଦେବୁ । ବାଲିପାଟଣା ମନୋଜ ଅପହରଣ ଘଟଣା ପଛରେ ରହିଛି ଭୟଙ୍କର ଷଡଯନ୍ତ୍ର । ମନୋଜ ଅପହରଣ ପଛରେ କାହାର ହାତ ରହିଛି  ?  

ଗତ ୧୪ ତାରିଖରୁ ଗଞ୍ଜେଇ ବେପାରୀ ମନୋଜ କୁମାର ରାଉତ ବାଲିପାଟଣା ମଧୁବନ ଛକରୁ ରାତ୍ରି ପ୍ରାୟ ୮ଟା ୩୦ରେ  ଅପହୃତ ହୋଇଥିଲେ । ପରେ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍ ଥିବା ମନୋଜ ପରିବାର ଲୋକଙ୍କୁ ଫୋନ୍ କରି କହିଥିଲେ । ଡିଲ୍ ୩ ଲକ୍ଷରେ ଫାଇନାଲ୍ ହେବା ପରେ ଫୋନ୍ ପେ ନମ୍ବର ୭୮୯୯୮୪୮୭୭୯ (ରକ୍ଷିତ କୁମାର) ରେ ୪ଟି କିସ୍ତିରେ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ ପରିବାର । ପରେ ଏନେଇ ଖବର ପ୍ରସାରିତ ହେବା ପରେ ବାଲିପାଟଣା ପୋଲିସ ଆକ୍ସନ ମୋଡକୁ ଆସିଥିଲା । ନମ୍ବର ଟ୍ରାକ୍ କରିବା ପରେ ଗଞ୍ଜେଇ ବେପାରୀ ମନୋଜ ଏବଂ ପ୍ରତାପ କର୍ଣ୍ଣାଟକ କାମ୍ପେଗୈଡା ନଗର ପୋଲିସ ଷ୍ଟେସନରେ ଥିବା ଜଣା ପଡିଥିଲା । କର୍ଣ୍ଣାଟକ ପୋଲିସ ମନୋଜକୁ ବାଲିପାଟଣା ମଧୁବନ ଛକରୁ ଉଠାଇ ନେଇଥିବା ଜଣାପଡ଼ିଥିଲା । ମନୋଜ ଆକାଉଣ୍ଟକୁ ପଠାଯାଇଥିବା ୧ ଲକ୍ଷ ଟଙ୍କା ମଧ୍ୟ ଉଠାଇ ନିଆଯାଇଛି । 

ଏହା ପରେ ମଧ୍ୟ ମଙ୍ଗଳବାର ଦିନ ମନୋଜ ପରିବାର ଲୋକଙ୍କୁ ଫୋନ୍ କରି ଆଉ ୨ ଲକ୍ଷ ଟଙ୍କା ଡିମାଣ୍ଡ କରିଥିବା କହିଥିଲେ । ଅନ୍ୟ ଯେଉଁ ଗଞ୍ଜେଇ ବେପାରୀ ଏଠାରେ ଥିଲେ ସେମାନେ ଟଙ୍କା ଦେଇ ଏଠାରୁ ଚାଲିଗଲେଣି । ଏହା ଜାଣିବା ପରେ ସମସ୍ତଙ୍କ ହୋସ୍ ଉଡିଯାଇଥିଲା । ମନୋଜ ପୋଲିସ ହେପାଜତରେ ଥିବା ବେଳେ କିଏ ଏହି ଅପହରଣ ନାଟକ ଖେଳିଛି । ଫୋନ୍ ପେ ନମ୍ବରରେ ଟଙ୍କା ନେଇଥିବା ରକ୍ଷିତ କୁମାର କିଏ ? ଏହା ପଛରେ କର୍ଣ୍ଣାଟକ ପୋଲିସର ହାତ ନାହିଁ ତ ? ଯଦି ଏଭଳି ହୋଇଥାଏ ତେବେ ଘଟଣା କେତେ ଭୟଙ୍କର ତାହା ଅନୁମାନ କରିହେଉଛି । ଏ ସମସ୍ତ ଘଟଣାର ତଦନ୍ତ କରି କମିଶନରେଟ୍ ପୋଲିସ ପ୍ରକୃତ ଘଟଣା ଉପରୁ ପର୍ଦ୍ଦା ଉଠାଇବା ନିହାତି ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.