ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଏମିତି ଗାଁ ଯେଉଁଠି ଜନ୍ମହୁଅନ୍ତି ସବୁଠୁ ଅଧିକ ସଂଖ୍ୟକ ଯାଆଁଳା, ବୈଜ୍ଞାନିକ ବି ତାଜୁବ

9/07/2022 at 1:21 PM

କେରଳ ୦୯/୦୭: ଆପଣ ନିଶ୍ଚୟ ଚଳଚ୍ଚିତ୍ରରେ ଯାଆଁଳାଙ୍କ କାହାଣୀ ଦେଖିଥିବେ । ଯେଉଁଥିରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ସମାନ ଥାଆନ୍ତି । କିନ୍ତୁ ବାସ୍ତବ ଜୀବନରେ ବିଶ୍ୱର ଜନସଂଖ୍ୟାର ପ୍ରାୟ ୧.୯% ଯାଆଁଳା ଶିଶୁ ଅଟନ୍ତି । କିନ୍ତୁ ଆମ ଦେଶରେ ଏକ ଅଜବ ଗାଁ ଅଛି । ଏହି ଗାଁର ଜନସଂଖ୍ୟା ୨୦୦୦ ଥିବାବେଳେ ୪୦୦ ଯୋଡି ଯାଆଁଳା ଅଛନ୍ତି । ବୈଜ୍ଞାନିକମାନେ ମଧ୍ୟ ଏହି ଗାଁ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଗାଁକୁ ଟ୍ୱିନ୍ ଭିଲେଜ ଏବଂ ଗଡ୍ସ ଅନ୍ କଣ୍ଟ୍ରି ଭାବେ କୁହାଯାଏ । ଆମେ କେରଳର ମାଲାପୁରାମ ଜିଲ୍ଲାର କୋଡିହି ଗ୍ରାମ ବିଷୟରେ କହୁଛୁ । ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ଗାଁର ଯାଆଁଳା ଦେଖିବା ପାଇଁ ଯାଆନ୍ତି । ଏହି ଘଟଣା ଏବେ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି । ଗାଁର ଅଧିକାଂଶ ପରିବାରରେ କେବଳ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି ।

ନ୍ତୁ କାହିଁକି ଏତେ ଯାଆଁଳା ଗାଁରେ ଜନ୍ମ ହୁଅନ୍ତି ? ଅନେକ ବୈଜ୍ଞାନିକ ଏ ବିଷୟରେ ଜାଣିବାକୁ ଏଠାକୁ ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଏକ ରହସ୍ୟ ଜଣାପଡିନି । ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଗାଁ ଉପରେ ଭଗବାନଙ୍କର ଏକ ବିଶେଷ ଆଶିର୍ବାଦ ରହିଛି । ଏହି କାରଣରୁ, ଏଠାରେ ଅଧିକାଂଶ ପିଲା ଯାଆଁଳା ଶିଶୁ ଅଟନ୍ତି।

ରିପୋର୍ଟ ଅନୁଯାୟୀ, ଗତ ୫୦ବର୍ଷ ମଧ୍ୟରେ ଏହି ଗାଁରେ ୩୦୦ରୁ ଅଧିକ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି । ୨୦୦୮ରେ, ଗାଁରେ ୨୮୦ଯାଆଁଳାଙ୍କର ସରକାରୀ ଆକଳନ ପ୍ରକାଶ ପାଇଥିଲା । କିନ୍ତୁ ସେବେଠାରୁ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ୱର ୧୦୦୦ ପିଲାଙ୍କ ମଧ୍ୟରୁ ୯ ଜଣ ଯାଆଁଳା ଅଟନ୍ତି । କିନ୍ତୁ ଏହି ଗାଁର ୧୦୦୦ ପିଲାଙ୍କ ମଧ୍ୟରୁ ୪୫ ଜଣ ଯାଆଁଳା ଶିଶୁ ଅଟନ୍ତି । ଅନେକ ଲୋକ କୁହନ୍ତି ଯେ ଏହି ଗାଁର ପାଣି ପବନରେ କିଛି ଅଛି । ଯେଉଁ କାରଣରୁ ଏଠାରେ ଅଧିକ ଲୋକଙ୍କ ଘରେ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି । ତେବେ ଏହାର କୌଣସି ଠୋସ୍ ପ୍ରମାଣ ନାହିଁ ।

   Related Posts