‘ଏବେ କିଏ ମୋତେ ମାଆ ଡାକିବ ?’ ଇସ୍ରାଏଲ୍‌ ଆକ୍ରମଣରେ ଚାଲିଗଲା ଯାଆଁଳା ନବଜାତଙ୍କ ଜୀବନ

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ ୦୪।୦୩: ଗାଜାରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବାର ନାମ ଧରୁନାହିଁ। ଅପରପକ୍ଷେ, ତାହା ଅଧିକ ଭୟଙ୍କର ହେବାରେ ଲାଗିଛି। ନିକଟରେ ଗାଜାର ରାଫା ସହରରେ ଇସ୍ରାଏଲ ସେନା ରାତାରାତି ଏୟାର ଷ୍ଟ୍ରାଇକ୍ ଏବଂ ବୋମା ବିସ୍ଫୋରଣ କରିଥିଲା ​​।  ଏହି ଆକ୍ରମଣରେ ଗୋଟିଏ ପରିବାରର ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୨ ନବଜାତ ଶିଶୁ ମଧ୍ୟ ସାମିଲ ଅଛନ୍ତି ।

ଅକ୍ଟୋବର ୭ରେ ହମାସ ଏବଂ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହବାର କିଛି ଦିନ ପରେ ରାନିଆ ନାମକ ଜଣେ ମହିଳା ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ। ନିକଟରେ ଇସ୍ରାଏଲ୍ ସୈନାବାହିନୀ ରାଫାରେ ଥିବା ଏକ ଘରେ ଏୟାର ଷ୍ଟ୍ରାଇକ୍ କରିଥିଲେ। ଯେଉଁଥିରେ ଗୋଟିଏ ପରିବାର ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ମରିଯାଇଥିବା ୧୪ ଜଣଙ୍କ ମଧ୍ୟରୁ ୫ ଜଣ ଶିଶୁ ଥିଲେ, ସେମାନଙ୍କ ମଧ୍ୟରୁ ୨ଜଣ ନବଜାତ ଶିଶୁ ଥିଲେ। ଅନ୍ତିମ ସଂସ୍କାର ସମୟରେ ରାନିଆ କହିଥିଲେ ଯେ ସେ ବିବାହର ୧୧ ବର୍ଷ ପରେ ଏହି ପିଲାମାନଙ୍କୁ ଜନ୍ମ ଦେଇଛନ୍ତି।

Who will call me mother?': Gazan woman mourns twin babies killed in strike

ଗୋଟିଏ ପରିବାରର ୧୪ ଜଣଙ୍କର ମୃତ୍ୟୁ ହୋଇଛି

ଏହି ହମଲାରେ ରାନିଆଙ୍କ ସ୍ଵାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି ।  ମାର୍ଚ୍ଚ ୩ରେ ତାଙ୍କ ପରିବାରର ୧୪ ଜଣ ସଦସ୍ୟଙ୍କ ଶେଷ ରୀତିନୀତି କରାଯାଇଥିଲା। ଏହି ସମୟରେ ରାନିଆ ତାଙ୍କର  ଦୁଇ ପିଲାଙ୍କୁ ଧରି ଆଲିଙ୍ଗନ କରି କାନ୍ଦୁଥିଲେ । ଏହି ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାଙ୍ଗି ଦେଇଥିଲା । ଉଭୟ ନବଜାତ ଶିଶୁରେ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଥିଲା । ଉଭୟଙ୍କ ନାମ ଥିଲା ୱେସମ ଏବଂ ନଇମ। ଧଳାର ଚାଦରରେ ଘୋଡା ଯାଇଥିବା ଦୁଇ ପିଲାଙ୍କ ମଧ୍ୟରୁ ଜଣେ ମା’ଙ୍କ କୋଳରେ ଥିଲା, ସେ ବାରମ୍ବାର ତାଙ୍କ ମୁଣ୍ଡକୁ ଆଉଁସି ନେଉଥିଲା ଏବଂ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ କୋଳରେ ଅନ୍ୟ ପିଲାଟି ଥିଲା।

{"width":623,"height":439}

୪ ମାସ ପୂର୍ବରୁ ପିଲାମାନେ ଜନ୍ମ ହୋଇଥିଲେ

ରାନିଆ ବାରମ୍ବାର କାନ୍ଦୁଥିଲେ, ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ସାନ୍ତ୍ୱନା ଦେଉଥିଲେ । ଯେତେବେଳେ ପିଲାମାନଙ୍କୁ କବର ଦିଆଯିବାର ସମୟ ଆସିଲା ଏବଂ ପିଲାମାନଙ୍କୁ ନେବା ପାଇଁ ମାଗିଥିଲେ, ସେ ସେମାନଙ୍କୁ ଦେବାକୁ ମନା କରିଦେଲେ ଏବଂ କମ୍ ସ୍ୱରରେ କହିଥିଲେ ଯେ ସେମାନଙ୍କୁ ମୋ ସହିତ ରହିବାକୁ ଦିଅ, ମୋତେ ମାଆ ବୋଲି କିଏ ଡାକିବ । ରାନିଆ କହିଥିଲେ କି ଏବେ କିପରି ବର୍ତ୍ତମାନ କିପରି ବଞ୍ଚିବି? ଏଥିରେ ଆମର ଆଉ ପିଲାମାନଙ୍କର ଦୋଷ କ’ଣ? କହିବାକୁ ଗଲେ ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଇସ୍ରାଏଲର ସାମରିକ ଆକ୍ରମଣରେ ଗାଜାରେ ୩୦,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଅଞ୍ଚଳକୁ ଧ୍ୱଂସ କରିଦେଇଛନ୍ତି ।

wp:embed {"url":"https://www.prameyanews7.com/2-arrested-in-haryana-politician-nafe-singh-rathees-murder-case-from-goa/","type":"wp-embed","providerNameSlug":"prameya-news-7"}
https://www.prameyanews7.com/2-arrested-in-haryana-politician-nafe-singh-rathees-murder-case-from-goa/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.