ଲକଡାଉନରେ ଜନ୍ମ ହେଲେ ଯାଆଁଳା ଶିଶୁ: ଜଣକ ନାମ କରୋନା, ଆଉ ଜଣେ କୋଭିଡ୍

Published By : Prameya-News7 Bureau | April 03, 2020 IST

 ରାୟପୁର ୩.୪-ସାରା ବିଶ୍ବ ଭୟଙ୍କର କରୋନା ଭାଇରସ୍‌  କୋଭିଡ୍‌ ୧୯ ର ପ୍ରାଦୁର୍ଭାବରେ ଆତଯାତ । ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା  ହୁ ହୁ ହୋଇ ବଢୁଛି । ୨୦୩ ଦେଶର ଲୋକେ ଭୟରେ ଆତଙ୍କିତ ।ଏତେ ସବୁ ପରେ ବି କରୋନା ପ୍ରତି ବିମୂଖ ହୋଇନାହାନ୍ତି ଛତିଶଗଡ଼ର ଏକ ଦମ୍ପତ୍ତି ।ସେମାନଙ୍କର ନବଜାତ ଯାଆଁଳା ଶିଶୁଙ୍କ ନାମକରଣ କରିଛନ୍ତି, କରୋନା ଏବଂ କୋଭିଡ୍ । ଅର୍ଥାତ୍ ସେମାନେ ଜଣେ ଶିଶୁର ନାମ କରୋନା ରଖିଥିବା ବେଳେ ଅନ୍ୟଜଣକ ନାମ ରଖିଛନ୍ତି କୋଭିଡ୍ ।

 କରୋନା – କୋଭିଡ୍ ଶବ୍ଦ ପ୍ରତି ସମସ୍ତଙ୍କର ଭୟ ଥିବା ବେଳେ କିନ୍ତୁ କଠିନ ସମୟଟିକୁ ମନେ ରଖିବାକୁ ଏହି ଦମ୍ପତ୍ତି କରିଚ୍ତି ଏୁପରି ନାମକରମ । କଠିନ ସମୟରେ ବି ତାହାର ଏକ ସକରାତ୍ମକ ପ୍ରଭାବ ରହିଛି ବୋଲି ମଧ୍ୟ ମନେରକିବା ଉଚିତ । ସବୁଠୁ ବଡ଼ କତାଟି ହେଲା ଦମ୍ପତ୍ତିଙ୍କର ଦୁଇ ଯାଆଁଳା ଶିଶୁଙ୍କ ଭିତରୁ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ।

 ମାର୍ଚ୍ଚ ୨୬-୨୭ ତାରିଖ ରାତିରେ ରାୟପୁରର ଡକ୍ଟର ବିଆର ଆମ୍ବେଦକର ଡାକ୍ତରଖାନାରେ ଜନ୍ମହୋଇଛନ୍ତି ଦୁଇ ଯାଆଁଳା ଶିଶୁ। ତେବେ ସେମାନଙ୍କ ନାମ କରୋନା ଓ କୋଭିଡ୍‌ ରକିବା ନେଇ ବାପ-ମାଆଙ୍କ ଯୁକ୍ତି ବି ବେଶ୍‌ ସୁନ୍ଦର । କଷ୍ଟକର ସମୟରେ ଦୁଇ ଶିଶୁଙ୍କ ସମସ୍ୟାବିହୀନ ତଥା ସଫଲ ପ୍ରସବ ନିଶ୍ଚିତ ଭାବେ ସେମାନଙ୍କୁ ଖୁସି ଦେଇଛି । ଆଉ ସେହି ଅସୁବିଧା ସମୟର ଖୁସିକୁ ମନେରଖିବାକୁ ହିଁ ସେମାନେ ଏପରି ନାମକରଣ କରିଥିବା କହିଛନ୍ତି ଦୁଇ ଶିଶୁଙ୍କୁ ଜନ୍ମ ଦେଇଥିବା ୨୭ ବର୍ଷୀୟା ପ୍ରୀତି ବର୍ମା ।ସେ କହିଚନ୍ତି ଦୁଇ ଶିଶୁଙ୍କୁ ଜନ୍ମଦେବା ପୂର୍ବରୁ ସେ ଏବଂ ତାଙ୍କ ସ୍ବାମୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।  ବହୁ କଷ୍ଟ ସ୍ବୀକାର  କରିବାକୁ ପଡିଥିଲା ସେମାନଙ୍କୁ । ତେଣୁ ସେମାନେ ସେହି କ,ଅଟ ଆଉ ତାପର ଆନନ୍ଦକୁ ମନେ ରଖିବାକୁ କରୋନା ଏବଂ କୋଭିଡ୍‌ ଶବ୍ଦକୁ ନେଇ ଦୁଇ ଶିଶୁଙ୍କ ନାମକରଣ କରିଛନ୍ତି ।ସେ ଆହୁରି ବି କହିଛନ୍ତି, ଏହି ମାରାତ୍ମକ ଭାଇରସ ଲୋକଙ୍କ ଜୀବନକୁ ଦୁର୍ବିସହ କରିଛି, ଜୀବନ ଘାତକ ମଧ୍ୟ କିନ୍ତୁ ଏହା ଗ୍ରହଣ କରିବାକୁ ହେବ ଯେ, ଏହି ମହାମାରି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ  କରିବାସହ ପରିଷ୍କାର, ପରିଚ୍ଛନ୍ନତା ପ୍ରତି ଆଗ୍ରହୀ କରିଛି ଏବଂ ଅଭ୍ୟାସ କରିବାକୁ ବାଧ୍ୟ କରିଛି । ତେଣୁ ସଂକଟର ସକରାତ୍ମକ  ଦିଗକୁ ମନେ ରଖିବାକୁ ସେ ଦୁଇ ସନ୍ତାନଙ୍କ ନାମ ସେ କରୋନା , କୋଭିଡ୍‌ ରଖିଛନ୍ତି ।ପ୍ରସବ ପରେ ଦୁଇ ଶିଶୁ ସୁସ୍ଥ ଥିବା ଏବଂ ମା’ ଏବଂ ଶିଶୁଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.