ଗୋଟିଏ ମାଆର ଜାଆଁଳା ଶିଶୁ, ୮ ମାସ ପରେ ଜଣାପଡିଲା ପିତା ଅଲଗା ଅଲଗା ; ଡିଏନ୍‌ଏ ଟେଷ୍ଟରେ ଆସିଲା ସତ

Published By : Prameya-News7 Bureau | September 08, 2022 IST

ନୂଆଦିଲ୍ଲୀ ୦୮।୦୯ : ମୋର ଜାଆଁଳା ଶିଶୁଙ୍କ ବାପା କିଏ କିଏ ? ଶିଶୁ ଜନ୍ମର  ୮ ମାସ ପରେ ନିଜ ମନର କୌତୁହଳ ପାଇଁ ମାଆ କରିଲେ ଡିଏନ୍‌ଏ ଟେଷ୍ଟ । ଆଉ ରିପୋର୍ଟ ବି ଆସିଲା । ରିପୋର୍ଟରେ ଜଣଙ୍କ ଡିଏନ୍‌ଏ ମିଶୁଥିବା ବେଳେ ଆଉ ଜଣଙ୍କର ମିଶିଲାନି । ମହିଳାଙ୍କ ଜାଣିଥିଲେ କି ସେ ଦୁଇ ପୁରୁଷଙ୍କ କିଛି ସମୟ ଅନ୍ତରାଳରେ ଶାରିରୀକ ସଂପର୍କ ରଖିଥିଲେ। କିଏ କାହାର ଶିଶୁ ଜାଣିବାକୁ , ଏପରି ଟେଷ୍ଟ କରିଥିବା ଜଣାପଡିଛି ।

ବ୍ରାଜିଲ୍‌ର ୧୯ ବର୍ଷୀୟ ଜଣେ ମହିଳା କିଛି ଦିନ ଦୁଇଟି ଜାଆଁଳା ଶିଶୁ  ଜନ୍ମ ଦେଇଥିଲେ ।  ୮ମାସ ପରେ ପିଲା ଦୁଇଟିଙ୍କର ବାପାର ପରିଚୟ ପାଇଁ ମହିଳାଙ୍କ ମନରେ କୌତୁହଳ ଜାତ ହୋଇଥିଲା । ଯାହାକୁ ନେଇ ଜାଆଁଳା ଶିଶୁଙ୍କର ଡିଏନ୍‌ଏ ଟେଷ୍ଟ କରିଥିଲେ । ଟେଷ୍ଟ ପରେ ଗୋଟିଏ ଶିଶୁର ଡିଏନ୍‌ଏ ମେଳ ଖାଉଥିବା ବେଳେ ଆଉ ଜଣଙ୍କ ରିପୋର୍ଟ ଜଣାପଡୁନଥିଲା ।

ସେପଟେ ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ମହିଳାଙ୍କ ଦୁଇଟି ଡିମ୍ବାଣୁ ଦୁଇଟି ପୁରୁଷଙ୍କ ଶୁକ୍ରାଣୁ ସହ ମିଳନ ହୋଇଛି । ଦୁଇ ଶିଶୁ ମାଆଙ୍କ ଗୁଣସୁତ୍ରରେ ଥିବା ବେଳେ ଗର୍ଭାଶୟରେ ଅଲଗା ହୋଇ ବଢିଛନ୍ତି । ଯାହାଫଳରେ ଦୁଇ ଜଣ ଜାଆଁଳା ହୋଇଥିଲେ ଡିଏନ୍‌ଏ ଅଲଗା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.