ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡ ଶୁଣାଇଲେ ପକ୍ସୋ ଅଦାଲତ

Published By : Prameya-News7 Bureau | October 21, 2022 IST

କନ୍ଧମାଳ ୨୧/୧୦: ଶୁକ୍ରବାର ଫୁଲବାଣୀ ପକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତିl ଏହାସହ ୨୮ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଜୋରିମାନା ଅନାଦେୟ ହେଲେ ଆଉ ଦେଢ଼ବର୍ଷ କାରାଦଣ୍ଡ ବଢ଼ିବ ବୋଲି ପୋକସୋ କୋର୍ଟ କହିଛନ୍ତି। ଅଭିଯୁକ୍ତଙ୍କ ପରିଚୟ ନିଲେଶ୍ୱର ପ୍ରଧାନ। ସେହିପରି ପୀଡିତାଙ୍କୁ ମଧ୍ୟ ୬ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

ଖବର ଅନୁସାରେ, ୨୦୨୦ ଅକ୍ଟୋବର ୦୯ରେ ପୀଡ଼ିତା ଘରେ ଏକା ଥିଲେ l ତାଙ୍କ ବାପା ଓ ମା କାମକୁ ଯାଇଥିଲେl ଫଳରେ ସେ ତାଙ୍କ ପୋଡ଼ିଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲେ।  ସେଠାରୁ ଫେରିଲାବେଳେ ଅଭଯୁକ୍ତ ନିଲେଶ୍ୱର ପୀଡ଼ିତାଙ୍କୁ ରାସ୍ତାରୁ ଅପହରଣ କରି ପାଖରେ ଥିବା ରାଶିବାରିକୁ ନେଇ ଦୁଷ୍କର୍ମ କରିଥିଲାl ବାପାମା ଘରକୁ ଫେରିବାପରେ ପୀଡ଼ିତା ଜଣକ ବାପା ମାଙ୍କୁ ଏବିଷୟରେ କହିଥିଲେ।

ପରେ ତାଙ୍କ ପରିବାର ଲୋକେ ଦାରିଙ୍ଗବାଡ଼ି ଥାନାରେ ଏନେଇ ଏତଲା ଦେଇଥିଲେl ପୀଡ଼ିତା ଜଣଙ୍କ ନାବାଳିକା ବୋଲି ଜଣାପଡ଼ିଛି। ଶୁକ୍ରବାର ୧୦ଜଣ ସାକ୍ଷୀ, ପୋଲିସ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ପକ୍ସୋ କୋର୍ଟ ବିଚାରପତି ଏହି ରାୟ ଶୁଣାଇଥିବା କଥା ସରକାରୀ ଓକିଲ ଅସୀମ ପ୍ରହରାଜ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.