୧୫ ଫୁଟ୍ ତଳକୁ ଖସିଲା ପିକଅପ୍ ଭ୍ୟାନ୍, ୧୨ରୁ ଅଧିକ ଆହତ
28/06/2023 at 8:40 AM

ମୋହନା ୨୮।୦୬ : ପିକଅପ ଭ୍ୟାନ ଓଲଟି ୧୨ରୁ ଅଧିକ ଆହତ l ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଚମ୍ପାଘାଟିରେ ଏହି ଘଟଣା ଘଟିଛି l ସମସ୍ତ ଆହତଙ୍କୁ ଆର. ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି l ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଡେଙ୍ଗାଉତ୍ସା ଅଞ୍ଚଳ ଓ ପୁରୁଣାପାଣି ଅଞ୍ଚଳରୁ କିଛି ଶ୍ରମିକ ପିକ ଅପ ଭ୍ୟାନରେ ଆର.ଉଦୟଗିରି ଥାନା ଲୁବୁରୁସିଂ ଗାଁକୁ ଯାଇଥିଲେ l ସେଠାରେ ଜଣେ ବ୍ୟକ୍ତିଙ୍କ ଘର ଛlତ ପକାଇବା ପରେ ସେମାନେ ରାତି ପ୍ରାୟ ୮ ଟାରେ ନିଜ ଗାଁକୁ ଫେରୁଥିଲେ l ତେବେ ପିକଅପ ଭ୍ୟାନ ଟି ଭାରସାମ୍ୟ ହରାଇ ଚମ୍ପାଘାଟିରେ ଓଲଟି ପଡିଛି l ଘାଟିରେ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିବା ବେଳେ ଏଥିରେ ଥିବା ୧୨ ରୁ ଉର୍ଦ୍ଧ ଶ୍ରମିକ ଆହତ ହୋଇଛନ୍ତି l
ସେପଟେ ଖବର ପାଇ ଆର.ଉଦୟଗିରି ଥାନା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆର. ଉଦୟଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି l ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l