ରାୟଗଡା୧୬/୩: ରାୟଗଡା ରେଳ ଷ୍ଟେସନରୁ ୧୨ ଜଣ ଶିଶୁ ଶ୍ରମିକ ଉଦ୍ଧାର। ଜିଲ୍ଲାର କଲ୍ୟାଣସିଂହପୁର, କାଶୀପୁର ଏବଂ ରାୟଗଡା ବ୍ଲକରୁ ବିଜୟଓ୍ବାଡାକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଉଦ୍ଧାର କରାଯାଇଛି। ରେଳ ଷ୍ଟେସନରୁ ଶିଶୁମାନଙ୍କୁ ଚାଇଲଡ୍ ଲାଇନ ଉଦ୍ଧାର କରିଛି। ଉଦ୍ଧାରଙ୍କ ମଧ୍ୟରେ ୮ ନାବାଳକ ସହ ୪ଜଣ ନାବାଳିକା ରହିଛନ୍ତି।
ଶିଶୁ ଶ୍ରମିକ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏହା ସତ୍ତ୍ବେ ବିଭିନ୍ନ ଘରୋଇ ସଂସ୍ଥାମାନଙ୍କରେ ଶିଶୁମାନେ କାମ କରୁଛନ୍ତି, ତାହା ସମସ୍ତଙ୍କୁ ତାଜୁବ କରି ଦେଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶିଶୁମାନେ ଦେଶର ଭବିଷ୍ୟତ। ଏତେ କମ ବୟସରେ ସେମାନଙ୍କୁ ମାନସିକ ଓ ଶାରିରୀକ ଯନ୍ତ୍ରଣା ଦେବା ଠିକ୍ ନୁହେଁ ବୋଲି କିଛି ବୟସ୍କ ଲୋକ ମତବ୍ୟକ୍ତ କରିଛନ୍ତି।