ଆମେରିକାରେ ଭୟଙ୍କର ଝଡ଼: ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡ ଖଣ୍ଡ ହୋଇଗଲା ବିମାନ, ୨୫ ଯାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | March 04, 2020 IST

ଟେନେସି ୦୪।୦୩: ଆମେରିକାରେ ଭୀଷଣ ତୋଫାନ ଓ ବରଫପାତରେ ତାଣ୍ଡବଲୀଳା ଦେଖିବାକୁ ମିଳିଛି । ଅତି କମ୍‌ରେ ୨୫ଜଣ ଲୋକଙ୍କ ପ୍ରାଣ ହାନୀ ଘଟିଛି । ତେବେ ଏହି ସାମୁଦ୍ରିକ ଝଡ ଦ୍ବାରା ଆମେରିକାର ଟେନେସି ପ୍ରଦେଶ  ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଟେନେସି ସହରରେ ଏହି ସାମୁଦ୍ରିକ ଝଡରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

{"id":232820,"sizeSlug":"large"}

ରାଜ୍ୟ ପ୍ରଶାସନ ଅନୁଯାୟୀ, ଗତ କିଛି ବର୍ଷ ହେବ ଟେନେସିରେ ଏହା ସବୁଠାରୁ ବଡ ବିପର୍ଯ୍ୟୟ। ଟେନିସି ଜରୁରୀକାଳୀନ ପରିଚାଳନା ଏଜେନ୍ସି (ଟେମା) ରିପୋର୍ଟ କରିଛି ଯେ, ଏହି ବିପର୍ଯ୍ୟୟ ଯୋଗୁଁ ନାଶଭିଲ୍ ସହର ବହୁତ କ୍ଷତି ହୋଇଛି । ବର୍ତ୍ତମାନ ଟେନେସିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଜରୁରୀକାଳୀନ କର୍ମଚାରୀମାନେ ଆବର୍ଜନାରୁ ଅନେକ ମୃତଦେହ  ଉଦ୍ଧାର କରିଛନ୍ତି ।

{"id":232821,"sizeSlug":"large"}

 ମହାନଗର ନିଗମ ପୋଲିସ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ କହିଛି ଯେ ନାଶଭିଲ ସହରର ପ୍ରାୟ ୪୦ଟି କୋଠା ଭୁଶୁଡି ପଡିଛି। ଏଠାରେ ଗ୍ୟାସ ଲିକ ହେବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ସହରରେ ଅନେକ ବିଦ୍ୟୁତ ଖୁଣ୍ଟ ମଧ୍ୟ ପଡିଯାଇଛି । ଯାହା ପାଇଁ ଆଗାମୀ ଦିନରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହେବାର ଅନୁମାନ କରିଛି ସ୍ଥାନୀୟ ପ୍ରଶାସନ । ସେପଟେ ଶରଣାର୍ଥୀ କେନ୍ଦ୍ର ଖୋଲାଯାଇ ବିପନ୍ନମାନଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.