ମୁଣ୍ଡ ନୁଆଁଇଲା ଟ୍ୱିଟର : କେନ୍ଦ୍ର ସରକାରଙ୍କ ନୂଆ ନିୟମ ମାନିବାକୁ ପ୍ରସ୍ତୁତ

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ, ୧୦/୦୬: ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ସାଇଟ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଏବେ କିନ୍ତୁ ସୋସିଆଲ ମିଡିଆ ସାଇଟ୍ ଧିରେଧିରେ କେନ୍ଦ୍ରର ନିୟମ ମାନିବାକୁ ରାଜି ହେଲେଣି । ଟ୍ୱିଟର୍ ଆଇଟି ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛି । କମ୍ପାନୀ ପକ୍ଷରୁ ସରକାରଙ୍କୁ ଚିଠି ଲେଖି କୁହାଯାଇଛି ଯେ, ନିୟମ ଅନୁସାରେ ମୁଖ୍ୟ ଅନୁପାଳନ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।

କେନ୍ଦ୍ର ସରକାର ଟ୍ୱିଟରକୁ ନିୟମ ନମାନିଲେ କଡା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ କମ୍ପାନୀ ଆଇଟି ନିୟମ ମାନିବାକୁ ରାଜି ହୋଇଥିଲା । ସୂତ୍ରାନୁସାରେ, ଟ୍ୱିଟର ଲେଖିଥିଲେ ଚିଠିରେ କହିଛି ଯେ, ନୂଆ ନିୟମ ସହ ଜଡିତ ସମସ୍ତ ତଥ୍ୟ ସପ୍ତାହ ମଧ୍ୟରେ ସରକାରଙ୍କୁ ପ୍ରଦାନ କରାଯିବ । କମ୍ପାନୀ ସରକାରଙ୍କ ନୂଆ ଗାଇଡଲାଇନ୍ ପାଳନ କରିବାକୁ ପ୍ରୟାସ କରୁଛି । କିନ୍ତୁ କରୋନା ସମୟରେ ଏହା ସାମାନ୍ୟ ପ୍ରଭାବିତ ହୋଇଛି ।

ସୂତ୍ରାନୁସାରେ, ଗତ ୭ ତାରିଖରେ ଟ୍ୱିଟର କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟକୁ ଚିଠି ଲେଖିଥିଲା । ଟ୍ୱିଟର ମୁଖପାତ୍ର କହିଛନ୍ତି ଯେ, ଭାରତ ପ୍ରତି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ସେ ସରକାରଙ୍କୁ ନୂଆ ଗାଇଡଲାଇନ୍ ପାଳନ ପାଇଁ ଯଥାସମ୍ଭବ ପ୍ରୟାସ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ସରକାରଙ୍କ ସହ ଆଲୋଚନା ଜାରି ରହିବ । ସୂଚନାଯୋଗ୍ୟ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଟ୍ୱିଟରକୁ ଚେତାବନୀ ଦେଇ କହିଥିଲା ଯେ, ଗାଇଡଲାଇନ୍ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଟ୍ୱିଟରର ଇଣ୍ଟରମିଡିଏଟାରୀ ପାହ୍ୟା ସମାପ୍ତ କରାଯିବ । ଫଳରେ ଟ୍ୱିଟରକୁ ଦିଆଯାଉଥିବା ଅନେକ ରିହାତିକୁ ପ୍ରତ୍ୟାହାର କରି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.