ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଘନେଇଲା ନୂଆ ବିପଦ ! ଆକାରରେ ଆମେରିକାର ଫ୍ଲୋରିଡାଠାରୁ ବି ବଡ଼ ଗ୍ଲେସିୟରରେ ଫାଟ, ଭଙ୍ଗିଲେ ଆସିବ ଜଳ ପ୍ରଳୟ

14/12/2021 at 9:32 PM

ୱାସିଂଟନ ୧୪।୧୨: ସମସ୍ତଙ୍କ ଅଲକ୍ଷ୍ୟରେ ପୃଥିବୀକୁ ଏକ ନୂଆ ବିପଦ ମାଡ଼ି ଆସୁଥିବାର ଜଣାପଡିଛି। ଏ ବାବଦେ ସ୍ପଷ୍ଟ ହେବାମାତ୍ରେ ବୈଜ୍ଞାନିକମାନେ ସତର୍କତା ଘଣ୍ଟି ବଜାଇଛନ୍ତି। ଆଣ୍ଟାର୍କଟିକାର ଡୁମସ୍ ଡେ ଗ୍ଲେସିୟରର ସମ୍ମୁଖ ଭାଗରେ ଏକ ବିପଦଜନକ ଫାଟ ସୃଷ୍ଟି ହୋଇଛି। ଏହି ଫାଟ ଗଭିର ହେଉଥିବା ବେଳେ ଆଗାମୀ ୫ ବର୍ଷରେ ଏହା ଭାଙ୍ଗି ସମୁଦ୍ରରେ ମିସିଯିବବ । ଯଦି ଏପରି ହୁଏ ତେବେ ସମୁଦ୍ରର ଜଳ ପ୍ରାୟ ୪ ପ୍ରତିଶତ ବଢିବା ସହ ବିଶ୍ୱଲାଗି ଜଳପ୍ରଳୟ ଆଣିପାରେ ବୋଲି ଆଶଙ୍କା କରାଯାଉଛି। 

ଯେଉଁ ଅଂଶଟି ଡୁମସଡେ ଗ୍ଲେସିୟରରୁ ଫାଟିଛି ତାର ଆକାର ଆମେରିକୀୟ ରାଜ୍ୟ ଫ୍ଲୋରିଡାର ଆକାର ସହ ପ୍ରାୟ ସମାନ। ଏତେବଡ଼ ବରଫ ଚଟାଣ ସମୁଦ୍ରକୁ ଭାସିଗଲେ ଜଳସ୍ତର ବୃଦ୍ଧି ପାଇବା ନିଶ୍ଚିତ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି। ଏହା ଆଣ୍ଟର୍କଟିକାର ଥ୍ୱାଇଟସ୍‌ ଗ୍ଲେସିୟର ଅଂଶ ଓ ଏହା ଭାଙ୍ଗିପାରେ। ମହାସାଗରର ଜଳ ଉତପ୍ତ ହେଉଥିବାରୁ ହୁଏତ ଏହା କୂଳ ଉପରେ ନିଜର ନିୟନ୍ତ୍ରଣ ହରାଉଛି । ଥ୍ୱାଇଟସ୍ ଇଷ୍ଟର୍ଣ୍ଣ ଆଇସ୍‌ ସେଲଫ (ଟିଇଆଇଏସ୍)ରେ ଏହି ଫାଟ ଦେଖା ଯାଇଛି।  ଆମେରିକୀୟ ଜିଓ ଫିଜିକାଲ ୟୁନିୟନ ଏ ସମ୍ପର୍କିତ ଉପଗ୍ରହ ଚିତ୍ର ସବୁ ଜାରି କରିଛନ୍ତି।

ଯଦି ଭାସମାନ ବରଫ ଚଟ୍ଟାଣ ଗ୍ଲେସିୟରରୁ ପୃଥକ ହୋଇଯାଏ ତେବେ ଥ୍ୱାଇଟ ଗ୍ଲେସିୟରର ଜଳର ପରିମାଣ ମଧ୍ୟ ବଢିବାରେ ଲାଗିବ। ଯାହାର ପରିଣାମ ସମୁଦ୍ରରେ ଜଳସ୍ତର ବଢିବାର କାରଣ ହୋଇପାରେ। ଏହି ପରିବର୍ତ୍ତନ ଗୋଟିଏ ଦଶକରୁ ବି କମ ସମୟ ମଧ୍ୟରେ ହୋଇପାରେ ବୋଲି ଗ୍ଲେସିୟୋଲଜିଷ୍ଟ ଟେଡ ସ୍କେମ୍ବୋସ କହିଛନ୍ତି। ଏହି ନାଟକୀୟ ପରିବର୍ତ୍ତନରେ ଗ୍ଲେସିୟର ଶହଶହ ଖଣ୍ଡରେ ପରିଣତ ହୋଇ ସମୁଦ୍ରରେ ଭାସିବ ବୋଲି କହିଛନ୍ତି।

ଏପରି ହେଲେ ଥ୍ୱାଇଟସ୍‌ ଗ୍ଲେସିୟରର ତରଳିବା ତିନିଗୁଣା ଅଧିକ ହୋଇଯିବ। ଯାହା ସାରା ବିଶ୍ୱର ସମୁଦ୍ର ଜଳସ୍ତରକୁ ବିପଦଜନକ ସ୍ଥିତିକୁ ନେଇଯିବ। ଖୁବ୍ ସ୍ୱଳ୍ପ ସମୟରେ ପୃଥିବୀର ଜଳ ସ୍ତର ପ୍ରାୟ ୫ ପ୍ରତିଶତ ବଢିଯିବା ଅତ୍ୟନ୍ତ ବିପଦଜନକ ସାବ୍ୟସ୍ତ ହୋଇପାରେ। ଏହି ବିଶାଳକାୟ ବରଫ ଉପତ୍ୟାକା ଫାଟି ସମୁଦ୍ରରେ ଭାସିଯିବନି, ଏହା ଖଣ୍ଡବିଖଣ୍ଡିତ ହୋଇ ସମୁଦ୍ରକୁ ଖସିବ। ଫଳରେ ଗ୍ଲାସିୟରର ଅନ୍ୟ ଭାଗରେ ମଧ୍ୟ ଫାଟ ସୃଷ୍ଟି ହେବ।

ବୈଜ୍ଞାନିକ ଅଧ୍ୟୟନରୁ ଏଥିଲାଗି କେବଳ ଗ୍ଲୋବାଲ ୱାର୍ମିଂ ନୁହେଁ ପୃଥିବୀ ମଧ୍ୟ ଖୁବ୍‌ ଉତପ୍ତ ହେଉଥିବାର ଉଲ୍ଲେଖ କରିଛନ୍ତି। ଗତ ଅଗଷ୍ଟ ମାସରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଥିଲା। ଆଣ୍ଟାର୍କଟିକାରେ ୧୯୮୦ରୁ ଏପର୍ଯ୍ୟନ୍ତ ପ୍ରାୟ ୬୦୦ ବିଲିୟନ ଟନ ବରଫ ତରଳି ସମୁଦ୍ରରେ ମିସି ସାରିଲାଣି। ଏହା ନାସାଙ୍କ ଜେପିଏଲ ଡାଟା ବିଶ୍ଲେଷଣରୁ ୨୦୧୭ରେ ଜଣାପଡିଥିଲା।

   Related Posts