ବାଥବ୍ରଶରେ ଇଲେକ୍ଟ୍ରିକ୍ ଶକ୍ ଦେଲେ ଡାକ୍ତର,ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

Published By : Prameya-News7 Bureau | August 24, 2020 IST

କରୋନା​‌ ଭାଇରସ୍ ଲକଡାଉନ୍ ଯୋଗୁଁ ଫିଲ୍ମ ଏବଂ ଟିଭି ଧାରାବାହିକର ସୁଟିଂ ମଧ୍ୟ ବନ୍ଦ ଥିଲା ଯାହା ଏବେ ପୁଣି ଥରେ ଆରମ୍ଭ କରି ଦିଆଯାଇଛି। ଏବେ ସୋସିଆଲ ମିଡିଆରେ ଏକ ଟିଭି ଧାରାବାହିକର ସିନ୍ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି। ଏହି ସିନରେ ଡାକ୍ତର ଡିଫିବ୍ରିଲେସନ ଟ୍ରିଟମେଣ୍ଟ୍(ଇଲେକ୍ଟ୍ରିକ୍ ଶକ୍) ଦେଉଥିବା ନଜର ଆସିଛନ୍ତି।

ଏହି ସିନରେ ଟ୍ରିଟମେଣ୍ଟ୍ ପାଇଁ ଯେଉଁ ଉପକରଣ ବ୍ୟବହାର କରୁଥିବା ଦେଖାଯାଇଛି ପ୍ରକୃତରେ ତାହା ବାଥରୁମ୍ ସଫା କରାଯାଉଥିବା ସ୍କ୍ରବର ବ୍ରଶ୍। ଏହା ପରିଷ୍କାର ଭାବେ ଏହି ସିନରେ ଦେଖିବାକୁ ମିଳିଛି। ଡିଫିବ୍ରିଲେଟର ପରିବର୍ତେ ସ୍କ୍ରବର ବ୍ୟବହାର କରାଯାଉଛି।

ଏହା ପରଠୁ ଏହି ସିନ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି ଏବଂ ଲୋକେ ଏହାକୁ ନେଇ ଥଟ୍ଟା କରୁଛନ୍ତି।

ଏହା ପ୍ରକୃତରେ ଏକ ବଙ୍ଗଳା ଧାରାବାହିକର ସିନ୍ ଯେଉଁଥିରେ ରୋଗୀଙ୍କୁ ଇଲେକ୍ଟ୍ରିକ୍ ଶକ୍ ଦେଇ ଡାକ୍ତର ତାଙ୍କ ହୃଦସ୍ପନ୍ଦନକୁ ନର୍ମାଲ୍ କରିବାକୁ ଉଦ୍ୟମ କରୁଥିବା ଦେଖାଦେଇଛି। ଏହି ସିନରେ ବ୍ରଶର ବ୍ୟବହାରକୁ ନେଇ ଲୋକେ ଟ୍ରୋଲ୍ କରିଛନ୍ତି।

ଜଣେ ସୋସିଆଲ୍ ମିଡିଆ ୟୁଜର ଫଟୋକୁ ସେୟାର କରି ଲେଖିଛନ୍ତି ଯେ ଏହି ଡାକ୍ତରଙ୍କୁ ନିଜ ଡିଗ୍ରୀ ସରେଣ୍ଡର କରିଦେବା ଉଚିତ୍ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଡାକ୍ତରଙ୍କ ହାତରେ ଯେଉଁ ଉପକରଣ ଦେଖାଯାଇଛି ତାହା ପ୍ରକୃତରେ ବ୍ରଶ୍। କ’ଣ ଏହା କୌଣସି ନୂଆ ମେଡିକାଲ୍ ଉପକରଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.