ମିଶନ ଗଗନଯାନ: ଅକ୍ଟୋବର ୨୧ରେ ପରୀକ୍ଷାମୂଳକ ଭାବେ ମହାକାଶ ଯିବ tv-d1

Published By : Prameya-News7 Bureau | October 16, 2023 IST

ନୂଆଦିଲ୍ଲୀ,୧୬/୧୦: ଗଗନଯାନ ମିଶନ ପାଇଁ ସବୁ ପ୍ରସ୍ତୁତି ଶେଷ କରିଛି ଇସ୍ରୋ। ସୋସିଆଲ ମିଡିଆ ଜରିଆରେ ଫଟୋ ସେୟାର ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ ଅକ୍ଟୋବର ୨୧ରେ ଗଗନଯାନ ମିଶନ ଅଧୀନରେ ଟିଭି-ଡି୧ ଏହାର ପ୍ରଥମ ପରୀକ୍ଷଣ କରାଯିବ। ଏହାର ପରୀକ୍ଷଣ ଶ୍ରୀହାରିକୋଟାରୁ ସକାଳ ୭ ରୁ ୯ଟା ମଧ୍ୟରେ ପଠାଯିବ। ତେବେ ଏହି ପରୀକ୍ଷଣ ପରେ ବି ଆଉ ତିନୋଟି ପରୀକ୍ଷଣ କରାଯିବ।

ଏହି କାର୍ଯ୍ୟକ୍ରମ ସହିତ ଜଡିତ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଥମ ପରୀକ୍ଷଣର ଫଳାଫଳକୁ ଆଧାର କରି ଅନ୍ୟ ପରୀକ୍ଷା କରାଯିବ। ଏହି ସମୟ ମଧ୍ୟରେ କ୍ରୁ ମଡ୍ୟୁଲ୍ ପରୀକ୍ଷା କରାଯିବ। ଯେଉଁଥିରେ କ୍ରୁ ଏସ୍କେପ୍ ସିଷ୍ଟମ୍ ମଧ୍ୟ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଗଗନଯାନର ଏହି କ୍ରମରେ ତିନି ଜଣ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ।

wp:html /wp:html

ଏହି ପରୀକ୍ଷା ଶ୍ରୀ ହରିକୋଟାଠାରେ ଅବସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ କରାଯିବ। ଏଥିରେ କ୍ରୁ ମଡ୍ୟୁଲର ଉଡ଼ାଣ, ଏହାର ଅବତରଣ ଏବଂ ସମୁଦ୍ରରୁ ପୁନରୁଦ୍ଧାର ଅନ୍ତର୍ଭୁକ୍ତ ହେବ।  ପ୍ରତ୍ୟାବର୍ତ୍ତନ ସମୟରେ ବଙ୍ଗୋପସାଗରରେ ଅବତରଣ କରିବାକୁ ହେବ। ଯାହା ଭାରତୀୟ ନୌସେନା ଦ୍ୱାରା ଉଦ୍ଧାର କରାଯିବ। ଏଥିପାଇଁ ନୌସେନା କର୍ମଚାରୀଙ୍କ ଏକ ଡାଇଭିଂ ଟିମ୍ ଗଠନ କରାଯାଇଛି। ଏହା ବ୍ୟତୀତ ମିଶନ ପାଇଁ ଏକ ଜାହାଜ ମଧ୍ୟ ପ୍ରସ୍ତୁତ ହେବ।

ଗଗନଯାନ ଭାରତର ପ୍ରଥମ ମହାକାଶ ମିଶନ, ଆଗାମୀ ବର୍ଷର ଶେଷ ବେଳକୁ କିମ୍ବା ୨୦୨୫ ଆରମ୍ଭରେ ଲଞ୍ଚ କରାଯିବ। ୨୦୨୪ରେ ମାନବବିହୀନ ପରୀକ୍ଷଣ ହେବ, ଯେଉଁଥିରେ ଏକ ରୋବଟ୍‌ ପଠାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.