ମୃତ୍ୟୁ ପୂର୍ବରୁ ସନ୍ତୋଷ ଛାଡ଼ି ଯାଇଛନ୍ତି ଚିଠି, ଯେଉଁଥିରେ ଲେଖା ଅଛି  Love u  Rass ... Ever & for ever…

Published By : Prameya-News7 Bureau | July 06, 2022 IST

ଭୁବନେଶ୍ୱର 06/07: ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା କରିବାର 18 ଦିନପରେ ଜୀବନ ହାରିଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର। ଗୋଟେପଟେ ରଶ୍ମିରେଖାଙ୍କ ଆତ୍ମହତ୍ୟା ଉପରୁ ପରଦା ଉଠିନି। ଅନ୍ୟପଟେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା । ଘଟଣାଟି ନେଇଛି ନୂଆ ମୋଡ଼।  ରାଉରକେଲା ବାସନ୍ତୀକଲୋନୀ ଘରେ ଫ୍ୟାନରେ ଝୁଲି ଜୀବନ ହାରିଛନ୍ତି ସନ୍ତୋଷ।  ତାଙ୍କ ଅପମୃତ୍ୟୁର କାରଣ ସ୍ପଷ୍ଟ ହୋଇନି, ପୋଲିସ ତଦନ୍ତ ଜାରି ରହିଛି ।

ତେବେ ମତ୍ୟୁ ପୂର୍ବରୁ ସନ୍ତୋଷ ଛାଡ଼ି ଯାଇଛନ୍ତି ଏକ ସୁଇସାଇଡ୍ ନୋଟ୍ । ଯେଉଁଥିରେ ଲେଖା ଅଛି, ମୁଁ ମୋ ନିଜ ଇଚ୍ଛାରେ ସୁସ୍ଥ ମାନସିକତାରେ ଆତ୍ମହତ୍ୟା କରୁଛି। କାହା ଚାପରେ ଆତ୍ମହତ୍ୟା କରିନି। ମୋ ମୃତ୍ୟ ପରେ ମୋ ମାଆ ବାପାଙ୍କୁ ପୋଲିସ,  ହଇରାଣ କରିବନି । LOVE U  RASS ... Ever & for ever…।

ଭୁବନେଶ୍ୱର ନୟାପଲ୍ଲୀର ଏକ ଭଡ଼ା ଘରେ ରହୁଥିଲେ ରଶ୍ମିରେଖା ଓ ସନ୍ତୋଷ ପାତ୍ର। ଦୁହେଁ ସ୍ୱାମୀ- ସ୍ତ୍ରୀର ପରିଚୟ ଦେଇ ରହୁଥିଲେ। ନୟାପଲ୍ଲୀର ସେହି ଭଡ଼ା ଘରେ ରଶ୍ମିରେଖା କରିଥିଲେ ଆତ୍ମହତ୍ୟା। ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସେ ତିନି ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଏହି ଖବର ଶୁଣିବା ପରେ ପୋଲିସକୁ ସହଯୋଗ କରୁଥିବା ସନ୍ତୋଷ କୁଆଡେ ଫେରାର ହୋଇଯାଇଥିଲେ । ଆଉ ଏବେ ସେ ଜୀବନ ହାରିଛନ୍ତି।  

ରଶ୍ମିରେଖା ବି ତାଙ୍କ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ସେଆର କରିଥିଲେ। ଯେଉଁଥିରେ ରଶ୍ମି ତାଙ୍କ ମୃତ୍ୟୁ ପାଇଁ ସନ୍ତୋଷଙ୍କୁ ଦାୟୀ ନ କରିବାକୁ ଲେଖିଥିଲେ। ଆଉ ସନ୍ତୋଷ ବି ନିଜ ନୋଟରେ ରଶ୍ମିଙ୍କ ପାଇଁ ନିଜ ପ୍ରେମକୁ ଦର୍ଶାଇଛନ୍ତି।  ତେବେ ଏଥିରୁ ଜଣା ପଡ଼ିଛି  ଯେ, ଦୁହିଁଙ୍କ ମଧ୍ୟରେ ଥିଲା ଅଗାଢ଼ ପ୍ରେମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.