ଡ୍ରଗ୍ସ ମାମଲା: ଏନସିବି ଜାଲରେ ଦୁଇ ଜଣ ଟେଲି ସେଲିବ୍ରିଟି, ଚାଲିଛି ଜେରା
23/09/2020 at 5:54 PM

ମୁମ୍ବାଇ ୨୩/୦୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ଏନସିବି ତାର ତଦନ୍ତ କାର୍ଯ୍ୟକୁ ଅଧିକ ସକ୍ରିୟ କରିଛି। ଏବେ ସୁଦ୍ଧା ବଲିଉଡ୍ ସେଲିବ୍ରିଟିଙ୍କ ନାଁ ଆସୁଥିବା ବେଳେ, ଟିଭି ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଏନିସିବି ଜେରାରେ ଦୁଇଜଣ ଟିଭି କଳାକାର ଅଭିଗେଲ ପାଣ୍ଡେ ଓ ସନମ ଜୋହରଙ୍କ ନାଁ ଡ୍ରଗ୍ସ ମାମଲାରେ ସଂପୃକ୍ତି ଥିବା ଜଣାପଡ଼ିଛି। ଅଭିଗେଲ ଜଣେ ଅଭିନେତ୍ରୀ ହୋଇଥିବା ବେଳେ ସନମ ଡାନ୍ସ କୋରିଓଗ୍ରାଫର ଓ ତାଙ୍କ ବଏଫ୍ରେଣ୍ଡ ମଧ୍ୟ। ଏ ଦୁହିଁଙ୍କୁ ଏନସିବି ପୂର୍ବରୁ ନୋଟିସ୍ ଦେଇଥିଲା। ଗତକାଲିଠାରୁ ଏନେଇ ତାଙ୍କୁ ପଚରାଉଚରା ଚଳାଇଛି ଏନସିବି।
ଏହା ସହ ଦୁହିଁଙ୍କ ଘରେ ଚଢ଼ଉ କରିଛି। ଏନସିବି ହାତରେ ବଳିଷ୍ଠ ପ୍ରମାଣ ଲାଗିଥିବା କୁହାଯାଉଛି। ଗତକାଲି ଏନସିବିର ଏକ ଟିମ୍ ସକାଳେ ସେମାନଙ୍କ ଘରେ ପହଞ୍ଚି ଛାନଭିନ କରିଥିଲା ଏବେ ଦୁହଁଙ୍କୁ ପଚରାଉଚରା ପାଇଁ ଏନସିବି ଦପ୍ତରକୁ ନିଆଯାଇଛି।
ଡ୍ରଗ୍ସ ପେଡଲର ଅଭିଯୁକ୍ତ ଅନୁଜ କେଶଓ୍ବାନି ଓ ରାହିଲଙ୍କ ଜେରା ବେଳେ ଅଭିଗେଲ ଓ ସନମ ଜୋହରଙ୍କ ନାଁ ସାମ୍ନାକୁ ଆସିଛି। ତେବେ ଅନୁଜ ଓ ରାହିଲଙ୍କୁ ସୁଶାନ୍ତ ମୃତ୍ୟୁ ମାମଲାରେ ଗିରଫ କରାଯାଇଥିଲା।