କ୍ୟାନସରରେ ପୀଡିତ ଏହି ଟିଭି ଷ୍ଟାର, ଚିକିତ୍ସା ପାଇଁ କଲେ ଗୁହାରି
8/02/2023 at 1:04 PM

ମୁମ୍ଵାଇ ୦୮।୦୨: ‘ନିଶା ଔର ଉସକେ କଜନସ୍’ରେ ନଜର ଆସିଥିବା ବୈଭବ ରାଘବେ। ବର୍ତ୍ତମାନ ସେ ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। ବିଭୂ ଦୀର୍ଘ ସମୟ ଧରି କର୍କଟ ରୋଗରେ ପୀଡିତ ଅଛନ୍ତି। ସେ ଏବେ ୪ ଷ୍ଟେଜ୍ରେ ଥିବା ନେଇ ଜଣାପଡିଛି। ପ୍ରତିଦିନ ଜୀବନ ଏବଂ ମୃତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି। କହିବାକୁ ଗଲେ ସେମାନଙ୍କ ପାଖରେ ଚିକିତ୍ସା ପାଇଁ ଟଙ୍କା ନାହିଁ । ଏହି ସମୟରେ ଆର୍ଥିକ ସାହାଯ୍ୟ ପାଇଁ ପରିବାର ଲୋକେ ବି ହତାଶ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ଟିଭି ତାରକାମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।
ଟିଭି ଅଭିନେତ୍ରୀ ଅଦିତି ମଲିକ, ମୋହସିନ୍ ଖାନ୍, କରଣବୀର ବୋହରା ଏକାଠି ମିଶି ଇନ୍ଷ୍ଟା ଆକାଉଣ୍ଟରେ ବିଭୁଙ୍କ ସହ ଜଡିତ ପୋଷ୍ଟ ସେୟାର କରିଥିଲେ। ସମସ୍ତେ ସେମାନଙ୍କୁ ସାହାଯ୍ୟ କରିବାକୁ ଯଥାସମ୍ଭବ ସାହାଯ୍ୟ ମାଗୁଛନ୍ତି। ମୋହିତ ମଲିକ ଏବଂ ଆଦିତି ମଲିକ ବିଭୁଙ୍କର ଭଲ ବନ୍ଧୁ । ଆଦିତି ଲେଖିଛନ୍ତି ଯେ ଆମେ ଆମର ବନ୍ଧୁଙ୍କ ଚିକିତ୍ସା ପାଇଁ ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ।
ଆଦିତି କହିଛନ୍ତି ଯେ ଏକ ଭିନ୍ନ ପ୍ରକାରର କର୍କଟ ରୋଗ ସହିତ ଲଢୁଛନ୍ତି। ଗତ ବର୍ଷ ତାଙ୍କୁ ୪ଷ୍ଟଜ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଥିଲା। ଆମେ ମଧ୍ୟ ଚକିତ ହୋଇଯାଇଥିଲୁ । ମୋହସିନ୍ ଖାନ୍ ମଧ୍ୟ ବିଭୁଙ୍କ ଫଟୋ ସେୟାର କରିବା ସହ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ବିଭୁ ଗତ ବର୍ଷ ଇନଷ୍ଟାରେ ଏକ ଭିଡିଓ ସେୟାର କରି ତାଙ୍କ କର୍କଟ ବିଷୟରେ କହିଥିଲେ। ଡାକ୍ତରଖାନାରୁ ତାଙ୍କର କିଛି ଫଟୋଗ୍ରାଫ୍ ସାମ୍ନାକୁ ଆସିଛି। ଯେଉଁଥିରେ ସେ ବହୁତ ଦୁର୍ବଳ ଦେଖାଯାଉଛନ୍ତି। ଏହା ଏବେ ଭାଇରାଲ୍ ହେବାରେ ଲାଗିଛି ।