ଛାତ୍ରୀଙ୍କୁ ନେଇ ଟ୍ୟୁସନ୍ ସାର୍ ଛୁ : ରବିବାରଠୁ ମିଳୁନି କାହା ପତ୍ତା

Published By : Prameya-News7 Bureau | December 21, 2021 IST

ଭୁବନେଶ୍ୱର ୨୧।୧୨: ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍‌ ଛୁ । ୨ଜଣ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍‌ ଛୁ ମାରିଥିବା ଅଭିଯୋଗ ଆସିଛି । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଘଟିଛି ଏପରି ଘଟଣା । ନିଖୋଜ ୨ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ଖବର ଅନୁଯାୟୀ, ରବିବାର ଠାରୁ ଦୁଇ ଛାତ୍ରୀ ନିଖୋଜ ଅଛନ୍ତି । ଏନେଇ ପରିବାର ଲୋକେ ବହୁ ଖୋଜଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ନିଖୋଜ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ରବିବାର ଠାରୁ ନିଖୋଜ ଥିବା ୨ଜଣଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଆଉ ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବାର ସୂଚନା ମିଳିଛି ।

ତେବେ କେଉଁ କାରଣ ପାଇଁ ଛାତ୍ରୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି ଟ୍ୟୁସନ ସାର୍‌ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ପରେ ଫେରାର ପଛର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.