ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଛାତ୍ରୀଙ୍କୁ ଅପହରଣ ମାମଲା : ସମ୍ବଲପୁରରୁ ଗିରଫ ହେଲେ ଟ୍ୟୁସନ ମାଷ୍ଟର, ଅପହୃତା ୨ ନାବାଳିକା ଉଦ୍ଧାର

22/12/2021 at 10:12 AM

ଭୁବନେଶ୍ବର ୨୨।୧୨: ଭୁବନେଶ୍ବରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାର ଅପହରଣ କରିନେବା ଅଭିଯୋଗରେ ବନ୍ଧା ହେଲା ରସିକିଆ ଟ୍ୟୁସନ ମାଷ୍ଟର । ଟ୍ୟୁସନ ସାର୍ ଗୋପାଳ କୃଷ୍ଣ ବଡତ୍ୟାଙ୍କୁ ସମ୍ବଲପୁର ଅଇଁଠାପାଲ୍ଲୀ ଅଞ୍ଚଳରୁ ପୋଲିସ ଗିରଫ କରିଛି । ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ବଡଗଡ ପୋଲିସ ଉଦ୍ଧାର କରିଛି ।

ଗତ ରବିବାର ୨ ଛାତ୍ରୀଙ୍କୁ ନେଇ ଟ୍ୟୁସନ ମାଷ୍ଟର ଫେରାର ହୋଇଯାଇଥିଲେ । ପ୍ରତିଶୋଧ ପରାୟଣ ହୋଇ ସାର୍‌ ଏମିତି କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗୋପାଳକୃଷ୍ଣ ବଡତ୍ୟା ନାମକ ଜଣେ ଯୁବକ ୨ ନାବାଳିକା ଭଉଣୀଙ୍କୁ ଟ୍ୟୁସନ କରୁଥିଲେ । ହେଲେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଟ୍ୟୁସନ କରିବାରୁ ସନ୍ଦେହ କରିଥିଲେ ପରିବାର ନାବାଳିକାଙ୍କ ପରିବାର ଲୋକେ । ଆଉ ୨ ଭଉଣୀଙ୍କୁ ଆଉ ଟ୍ୟୁସନ ଛାଡ଼ିବାକୁ ମନା କରିଥିଲେ । ହେଲେ ଏଥିରେ ରାଗି ଯାଇ ସଂପୃକ୍ତ ଟ୍ୟୁସନ ମାଷ୍ଟର ଜଣକ ଧମକ ଚମକ ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଅଭିଭାବକଙ୍କ ଅଗୋଚରରେ ଦୁଇ ଭଉଣୀଙ୍କୁ ନେଇ ସଂପୃକ୍ତ ଟ୍ୟୁସନ ମାଷ୍ଟ୍ରର ଜଣକ କୁଆଡେ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଏନେଇ ଥାନାରେ ମାମଲା ପରେ ସଂପୃକ୍ତ ଶିକ୍ଷକଙ୍କ ସହ ଦୁଇ ନାବାଳିକାଙ୍କୁ ଖୋଜିବାକୁ ପ୍ରୟାସ କରିଥିଲା କମିଶନରେଟ୍‌ ପୋଲିସ । ତେବେ ଘରୁ ଗଲା ବେଳେ ଦୁଇ ଭଉଣୀ ଏକ ହାତ ଲେଖା ଚିଠି ଛାଡ଼ି ଯାଇଥିଲେ । ଯେଉଁଥିରେ ସେମାନେ ୮ ଦିନ ପରେ ଫେରି ଆସିବେ ବୋଲି ଲେଖିଥିଲେ । ସଂପୃକ୍ତ ଶିକ୍ଷକଙ୍କୁ ଧରିବାକୁ ତନାଘନା ଚଳାଇଥିଲା ପୋଲିସ । ଟ୍ୟୁସନ ସାର୍ ଙ୍କୁ ସମ୍ବଲପୁର ଅଇଁଠାପାଲ୍ଲୀରୁ ପୋଲିସ ଗିରଫ କରିଥିବା ବେଳେ ଅପହରଣ ଦୁଇ ଛାତ୍ରୀଙ୍କୁ ବଡଗଡ ପୋଲିସ ଉଦ୍ଧାର କରିଛି ।

   Related Posts