oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ରସିକିଆ ଟ୍ୟୁସନ୍ ସାର୍ : ନାବାଳିକା ଛାତ୍ରୀଙ୍କୁ ଉଠାଇନେଇ ଦୁଷ୍କର୍ମ ଅଭିଯୋଗ, ଶେଷରେ ବାନ୍ଧିଲା ପୋଲିସ

23/12/2020 at 10:16 AM

କୋଣାର୍କ ୨୩।୧୨: ନାବାଳିକାଙ୍କୁ ଅପହରଣ କଲେ ଟ୍ୟୁସନ ସାର୍ । ପରେ ଅପହୃତା ନାବାଳିକା ହେଲେ ଦୁଷ୍କର୍ମର ଶିକାର । ଠିକ୍ ଦୁଇ ଦିନ ପରେ ଅପହୃତା ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଟ୍ୟୁସନ ସାରଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ସଂପୃକ୍ତ ଟ୍ୟୁସନ୍ ସାର୍ ଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଜନୈକ ବ୍ୟକ୍ତି ଜଣଙ୍କ ଦୀର୍ଘ ଦିନ ଧରି ଟ୍ୟୁସନ୍ କରୁଥିଲେ । ଅନ୍ୟ ଏକ ଗାଁର ୮ମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ନାବାଳିକା ତାଙ୍କ ନିକଟକୁ ଟ୍ୟୁସନ୍ ହେବା ପାଇଁ ଆସୁଥିଲେ । ଦୁଇ ଦିନ ତଳେ ଟ୍ୟୁସନ୍ ସାର୍ ନାବାଳିକା ଛାତ୍ରୀଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇବା ସହ ଏକ ଦାମୀ ଡ୍ରେସ୍ ଦେବାକୁ କହି କେଉଁଆଡେ ନେଇ ଯାଇଥିଲେ । ପରିବାରଲୋକ ସମ୍ପୃକ୍ତ ନାବାଳିକାଙ୍କୁ ଖୋଜାଖୋଜି କରି ନ ପାଇ ଶେଷରେ ଗୋପ ଥାନାରେ ଅଭିଯୋଗ କରିଥିଲେ ।

ସମ୍ପୃକ୍ତ ସାର୍ ଜଣଙ୍କ ଏହି ଛାତ୍ରୀ ଜଣଙ୍କୁ ନେଇ ଗୋପ ଥାନା ଅନ୍ତର୍ଗତ ଏକ ଗାଁରେ ରଖିଥିଲେ । ମଙ୍ଗଳବାର ସକାଳୁ ସାର୍ ଜଣଙ୍କ ଛାତ୍ରୀକୁ ନେଇ ଫେରାର ହେବା ବେଳେ ଗୋପ ଥାନା ଏସଆଇ ପ୍ରିୟା ପ୍ରଧାନ ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ଗିରଫ କରିବା ସହ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏ ସଂପର୍କରେ ଗୋପ ଥାନାରେ ଏକ ମୋକଦ୍ଦମା ୩୫୩/୨୦ରେ ରୁଜୁ ହୋଇଥିବା ବେଳେ ଟ୍ୟୁସନ୍ ସାର୍ ଙ୍କ ସହ ନାବାଳିକାଙ୍କର ଡାକ୍ତରୀ ମାଇନା କରାଯାଇଛି । ଆଜି ଦିନ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରା ଯିବ ବୋଲି ପୋଲିସ କହିଛି ।

   Related Posts