କାବୁ ହେଲା ଦୁର୍ଦ୍ଦାନ୍ତ ଦନ୍ତା

Published By : Prameya-News7 Bureau | January 27, 2020 IST

ଯାଜପୁର ୨୭।୦୧ - ଦୀର୍ଘ ୮ଘଣ୍ଟାର ଉଦ୍ୟମପରେ ଦୁର୍ଦ୍ଦାନ୍ତ ଦନ୍ତା ହାତୀକୁ କାବୁ କରିବାରେ ସଫଳ ହେଲା ବନ ବିଭାଗ। ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲ ରେ ଦନ୍ତାକୁ ଦୁଇଟି ଟ୍ରଙ୍କୁଳାଇଜର ଦ୍ୱାରା କାବୁ କରାଗଲା। କାବୁ ଦନ୍ତାକୁ ସଙ୍ଗେ ସଙ୍ଗେ ସ୍ଥାନାନ୍ତରିତ କରାଯିବାର ଯୋଜନା ନଥିବାର ଜଣାପଡିଛି।ସେଥିପାଇଁ କାବୁ କରାଯାଇଥିବା ଜାଗାରେ ୪ଦିନ ପର୍ଯ୍ୟନ୍ତ ଦୃଷ୍ଟି ରଖାଯିବ ସହ ହାତୀର ଚାରିକଡ଼ରେ ଗାତ ଖୋଳାଯାଇ ପାଣି ଯୋଗାଜିବ ବୋଲି ସୂଚନା

ଗତ ଏକ ସପ୍ତାହ ଧରି ଏକ ବଣୁଆ ଦନ୍ତା ହାତୀ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରିବା ସହ ୪ ଜଣଙ୍କ ପ୍ରାଣ ନେଇଛି। ଏଥିପାଇଁ ବନବିଭାଗକୁ ଦାୟୀ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଆଜି ସକାଳେ କଳିଙ୍ଗନଗର ଶିଳ୍ପାଞ୍ଚଳର ମାନପୁର ଓ ମିଲିଟାରୀ ଛକ ଠାରେ ଯାଜପୁର ରୋଡ଼ ଡୁବୁରୀ ରାସ୍ତା ଅବରୋଧ କରିଥିଲେ ଲୋକେ। ହାତୀକୁ ତୁରନ୍ତ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ନେବା ପାଇଁ ଲୋକେ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.