ଜଙ୍ଗଲରୁ ଆସି ଆତଙ୍କ ରଚିଲା ଦନ୍ତା; ଘଉଡ଼ାଇଲା ବନ ବିଭାଗ
6/03/2023 at 7:51 PM

ଚଣ୍ଡିଖୋଲ ୦୬/୦୨: ଯାଜପୁର ଜିଲ୍ଲା ବୈରୀ ରେଞ୍ଜ ଅଧୀନରେ ଦନ୍ତା ହାତୀ ଆତଙ୍କ। ହାତୀଟି ଜଙ୍ଗଲରୁ ଖସିଆସି ସଞ୍ଜୟନଗର ତେଲିଗଡ଼ ଅଞ୍ଚଳ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସେଠାରେ ଥିବା ଅନେକ ମୂଲ୍ୟବାନ ଗଛ ଭାଙ୍ଗିବା ସହ ହାତୀଟି ଜନ ବସତି ମୁହାଁ ହୋଇଥିବାରୁ ସ୍ଥାନୀୟ ଲୋକେ ଭୟବୀତ ଅଛନ୍ତି।
ଏହି ଖବର ପାଇ ବନ କର୍ମଚାରୀ ସେଠାରେ ପହଞ୍ଚି ହାତୀଟିକୁ ଘଉଡ଼ାଇଥିଲେ। ଏହା ପରେ ହାତୀଟି ସଫା ଅଭୟପୁର ଜଙ୍ଗଲକୁ ଚାଲି ଯାଇଛି। ବୈରୀ ରେଞ୍ଜ ଅଧୀନ ଜଙ୍ଗଲରୁ ବଣୁଆ ହାତୀ ଆସି ବହୁ କ୍ଷୟକ୍ଷତି କରୁଥିବା ଅଭିଯୋଗ ହେଉଛି। ଏନେଇ ବନ ବିଭାଗ ପଦକ୍ଷେପ ଉଚିତ ପଦକ୍ଷେପ ନେଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023