ରାହୁଲଙ୍କ ବିରୋଧରେ ଓ୍ବାୟନାଡରେ ଏନ୍‌ଡିଏର ପ୍ରାର୍ଥୀ ଥିବା ତୁଷାର ଭେଲ୍ଲାପାଲି ଗିରଫ

Published By : Prameya-News7 Bureau | August 22, 2019 IST

ଆଲପ୍ପୁଝା -  କେରଳର ୱାୟନାଡରେ  ରାହୁଲ ଗାନ୍ଧୀଙ୍କ ବିରୋଧରେ ଏନ୍‌ଡିଏର ପ୍ରାର୍ଥୀ ହୋଇଥିବା ଭାରତ ଧର୍ମ ଜନ ସେନାର ମୁଖ୍ୟ ତୁଷାର ଭେଲ୍ଲାପାଲିଙ୍କୁ ୟୁଏଇରେ ଗିରଫ କରାଯାଇଛି ।

ଏକ ଚେକ୍‌ ବାଉନ୍ସ ମାମଲାରେ ତାଙ୍କୁ ଗିରଫକରାଯାଇଛି । ତାଙ୍କର ପିତା ତଥା ନାରାୟଣ ଧର୍ମ ପରିପାଳନ ସଂସ୍ଥାର ସାଧାରଣ ସମ୍ପାଦକ ଭେଲ୍ଲାପାଲି ନଟସେନ ଖୁବ ଶୀଘ୍ର ତାଙ୍କ ପୁଅଙ୍କୁ ଜାମିନ ମିଳିଯିବ ବୋଲି କହିଛନ୍ତି । ଏଥିପାଇଁ ୟୁଏଇରେ ଆଇନ ସହାୟତା ନିଆଯାଇଛି । ସେଠାରେ ଥିବା ତାଙ୍କର ଶୁଭେଚ୍ଛୁ ଏଥିପାଇଁ ଚେଷ୍ଟା କରୁଥିବା ସେ ପ୍ରାକଶ କରିଛନ୍ତି  । ୟୁଏଇରେ ତୁଷାରଙ୍କର ରିୟଲ ଇଷ୍ଟେଟ ବ୍ୟବସାୟ ରହିଛି । ୨୦୦୯ର ଏକ ଚେକ୍‌ ବାଉନ୍ସ ମାମାଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ତୁଷାରଙ୍କ ବାପା ନଟସେନ ଟିଓଆଇକୁ ଏହି ସୂଚନା ଦେଇଛନ୍ତି । ୟୁଏଇର ଅଜମାନରେ ତୁଷାରଙ୍କର ରିଅଲ୍‌ ଇଷ୍ଟେଟ ବ୍ୟବସାୟ ରହିଛି  । ଚଳିତ ସାଧାରଣ ନିର୍ବାଚନରେ ତୁଷାର ଭେଲ୍ଲାପଲି ରାହୁଲ ଗାନ୍ଧୀଙ୍କ ବିରୋଧରେ ଓ୍ୱାୟନାଡରେ ପ୍ରାର୍ଥୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.