ମା'ଙ୍କ ମୃତ୍ୟୁର ଦୁଇ ଦିନ ପରେ ମୈଦାନକୁ ଓହ୍ଲାଇଥିଲେ ଧୋନୀ ଧୂରନ୍ଧର, ଟିମ୍ ହୋଇଥିଲା ଚାମ୍ପିଅନ

Published By : Prameya-News7 Bureau | September 10, 2024 IST

ନୂଆଦିଲ୍ଲୀ ୧୦/୦୯: ଚେନ୍ନାଇ ସୁପର କିଙ୍ଗ୍ସରେ ଧୋନୀଙ୍କ ଅଛନ୍ତି ଅନେକ ଧୂରନ୍ଧର । ଆଇପିଏଲ୍‌ରେ ସିଏସ୍‌କେର ଅନେକ ଦବ୍‌ଦବା । ମୋଷ୍ଟ ପାଓ୍ୱାରଫୁଲ ଟିମ୍‌ ମଧ୍ୟରେ ହୁଏ ଗଣା । ତେବେ ସିଏସ୍‌କେର ଷ୍ଟାର ବୋଲର ତୁଷାର ଦେଶପାଣ୍ଡେ କ୍ରିକେଟ ପାଇଁ କରିଛନ୍ତି ଅନେକ ଷ୍ଟ୍ରଗଲ । 

ଦେଶପାଣ୍ଡେ ସାକ୍ଷାତକାରରେ କହିଥିଲେ ତାଙ୍କ କ୍ୟାରିୟରର ମାଆ ବାପାଙ୍କ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଯେବେ ବି ସେ କେବେ ପଡିଯାଉଥିବାର ଅନୁଭବ କରିଥିଲେ ସେବେ ପଥର ଭଳି ଛିଡା ହୋଇଥିଲେ ଉଭୟ । ତେବେ ଧୀରେ ଧୀରେ ରୋଗରେ ପଡିଗଲେ ମାଆ । ମାଆଙ୍କୁ ମାଡିବସିଥିଲା ଭୟଙ୍କର ରୋଗ । ସେ କହିଥିଲେ ୨୦୧୭ ଥିଲା ମୋ ପାଇଁ ବହୁତ ଦୁଖଦାୟକ । ଘରେ ଥିଲେ ଦୁି ଦୁଇଟା ରୋଗୀ । ମାନେ ତୁଷାରଙ୍କ ଦେହ ଖରାପ ଥିବାବେଳେ ମାଆ ହୋଇପଡିଥିଲେ ରୋଗୀଣା । ପଡିରହିଥିଲେ ଶଯ୍ୟାରେ । 

୨୦୧୮-୧୯ରେ ଘରୋଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ଦେଶପାଣ୍ଡେ । ତେବେ ମାର୍ଚ୍ଚ ୨୦୧୯ରେ ସବୁଦିନ ପାଇଁ ଛାଡି ଚାଲିଯାଇଥିଲେ ମାଆ । ଆଉ ମାଆଙ୍କ ଯିବା ପରେ ବେଶ ଭାଙ୍ଗିପଡିଥିଲେ ତୁଷାର । ଛିଡିପଡିଥିଲା ଦୁଃଖର ପାହାଡ । ମାଙ୍କ ମୃତ୍ୟୁର ଦୁଇ ଦିନ ପରେ ନିଜ ପିତାଙ୍କ କଥା ମାନି ସଏଦ ମୁସ୍ତାକ ଅଲ୍ଲୀ ଖେଲିବାକୁ ଇନ୍ଦୋର ଯାଇଥିଲେ ସେ । 

ଦିଲ୍ଲୀ ବିପକ୍ଷରେ ନେଇଥିଲେ ୪ ଓ୍ୱିକେଟ । ଦେଶପାଣ୍ଡେ ସେହି ସିଜନରେ ୪ ରଣଜୀ ମ୍ୟାଚ୍‌ରେ ୧୭ ଓ୍ୱିକେଟ ନେବା ସହ ମୁମ୍ୱାଇୁ ଦେଇଥିଲେ ବିଜୟ । ୧୨ ବର୍ଷ ପରେ ବିଜୟର ସ୍ୱାଦ ଚାଖିଥିଲା ମୁମ୍ୱାଇ । ଏହା ପରେ ଆଇପିଏଲ୍‌ରେ ଏଣ୍ଟ୍ରି ମାରିଥିଲେ ପେସ୍ ବୋଲର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.