ତୁରୁମୁଙ୍ଗାରେ ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ; ୨ବର୍ଷ ଶିଶୁ ପୁତ୍ରର ଗୁପ୍ତାଙ୍ଗ କାଟି ନେଇଥିବା ଅଭିଯୋଗ

Published By : Prameya-News7 Bureau | January 08, 2023 IST

କେନ୍ଦୁଝର-୦୮/୦୧: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅଞ୍ଚଳରେ ଆଭାବନୀୟ ଘଟଣା । ଭୃଙ୍ଗରାଜ ଗାଁରେ ଦୁଇ ବର୍ଷ ଶୁଶୁ ପୁତ୍ରର ଯୌନାଙ୍ଗ କାଟି ନେଲେ ଦୁର୍ବୃତ୍ତ । ଏନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଶିଶୁଟିକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଶନିବାର ଭୃଙ୍ଗରାଜ ଗାଁର ଦେବଶର୍ମା ମୁଣ୍ଡାଙ୍କ ୨ ବର୍ଷର ଶିଶୁପୁତ୍ର ଖେଳୁଥିବା ବେଳେ କେହି ନୃଶଂସ ଯୌନାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁକୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁପୁତ୍ରର  ଅବସ୍ଥା ଏବେ ସଂକଟାପନ୍ନ ରହିଛି । ଏପରି ନୃଶଂସ କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତି ଗ୍ରାମବାସୀ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.