Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଇଁଛ ଚାଲାଣ ବେଳେ ଧରିଲା ବନ ବିଭାଗ, ୩ ଗିରଫ

11/09/2022 at 9:33 AM

ମାଲକାନଗିରି, ୧୧|୦୯: ବିପୁଳ ପରିମାଣର କଇଁଛ ଜବତ । ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ତରଫରୁ ଚଢାଉ କରାଯାଇଥିବା ବେଳେ ୭୭ ଟି କଇଁଛ ଜବତ ହୋଇଛି । ଏହାସହ  ୩ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶରୁ ମୋଟୁ ଅଞ୍ଚଳକୁ ଗୋଟିଏ କାରରେ ୩ ଜଣ ବ୍ୟକ୍ତି କଇଁଛ ଆଣିବା ନେଇ ବନ ବିଭାଗକୁ  ସୂଚନା ମିଳିଥିଲା । ଏହାପରେ ଏମଭି ୭୯ ରେଞ୍ଜର ଏବଂ ବନଭିଭାଗ ଟିମ୍ ରାସ୍ତାରେ ଜଗି ରହିଥିଲେ । ଏହି ସମୟରେ କାରଟି ଦ୍ରୁତଗତିରେ ପଳାଉଥିବା ବେଳେ ତାକୁ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ । କାରଟିକୁ ଯାଞ୍ଚ କରିବାରୂ ୭୭ ଟି କଇଁଛ ମିଳିଥିଲା ।

ପରେ କାର୍ ସହ କଇଁଛ ଜବତ କରି ଗାଡ଼ିରେ ଥବା ୩ ଜଣଙ୍କୁ ଏମଭି ୭୯ ବନ ବିଭାଗ କାର୍ଯ୍ୟାଳୟରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି । ଜବତ କରାଯାଇଥିବା ୭୭ଟି କଇଁଛ ମଧ୍ୟରୁ ୨୫ଟି କଇଁଛ ମରିଯାଇଥିବା ମୋଟୁ ରେଞ୍ଜର  ସୂଚନା ଦେଇଛନ୍ତି ।

   Related Posts