ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୁର୍କୀରେ ପହଞ୍ଚିଲା ଇରାନର ହିଜାବ ବିରୋଧୀ ପ୍ରଦର୍ଶନ, ମଞ୍ଚ ଉପରେ ଚୁଟି କାଟିଲେ ମହିଳା କଣ୍ଠଶିଳ୍ପୀ, ଦେଖନ୍ତୁ ଭିଡିଓ

28/09/2022 at 9:58 PM

ନୂଆଦିଲ୍ଲୀ: ଇରାନରେ ହିଜାବକୁ ନେଇ ହେଉଥିବା ହିଂସା ବିରୋଧରେ ପ୍ରଦର୍ଶନ ଏବେ ଆଉ ଏକ ମୁସଲିମ ଦେଶରେ ତୁର୍କୀରେ ପହଞ୍ଚିଛି । ତୁର୍କୀର ଜଣେ ମହିଳା କଣ୍ଠଶିଳ୍ପୀ ମେଲେକ ମୋସୋ ଇରାନରେ ଚାଲିଥିବା ହିଜାବ ବିରୋଧୀ ପ୍ରଦର୍ଶନରେ ନିଜର ସମର୍ଥନ ଜଣାଇଛନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ କଣ୍ଠଶିଳ୍ପୀ ନିଜର କେଶ କାଟୁଥିବା ଦେଖିବାକୁ ମିଳୁଛି । ଇରାନର ପ୍ରଦର୍ଶନକାରୀଙ୍କ ପାଇଁ ନିଜର ସମର୍ଥନ ଜଣାଇବାକୁ ଯାଇ ସେ ଏପରି କରିଛନ୍ତି।

ମେଲେକ ମୋସୋ ଇସ୍ତାନବୁଲ ସହରରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ କଇଁଚି ବାହାର କରି ନିଜର ଚୁଟି କାଟିଥିଲେ । ଏହି ସମୟରେ ସେ କହିଥିଲେ, ‘ଆଜି ରାତିରେ ମୁଁ ସବୁ ମହିଳାଙ୍କ ପାଇଁ ଗୀତ ଗାଇବି । ୩୩ ବର୍ଷୀୟ କଣ୍ଠଶିଳ୍ପୀ କହିଥିଲେ, କେହି ମଧ୍ୟ ଆମର ଗୀତ, ଆମର ସ୍ୱାଧୀନତାକୁ ଛଡାଇ ନେଇପାରିବ ନାହିଁ’। ତୁର୍କୀରେ କଟ୍ଟରତା ବଢୁଥିବା ବେଳେ ମେଲେକଙ୍କ ଏହିପରି ପଦକ୍ଷେପ ନେଇଛନ୍ତି । ଏକଦା ତୁର୍କୀରେ ହିଜାବ ଉପରେ ବ୍ୟାନ ଲାଗିଥିଲା କିନ୍ତୁ ଏର୍ଡୋଗାନ ରାଷ୍ଟ୍ରପତି ହେବା ପରେ ହିଜାବ ଉପରୁ ପ୍ରତିବନ୍ଧକ ଫେରାଇ ନିଆଯାଇଥିଲା।

ହିଜାବ ବିରୋଧ ପ୍ରଦର୍ଶନରକୁ ନେଇ ପୂରା ଇରାନ ଜଳୁଛି। ଇରାନ ପୋଲିସ ହେପାଜତରେ ଜଣେ ୨୨ ବର୍ଷୀୟ ଯୁବତୀ ମହସା ଆମୀନୀଙ୍କ ମୃତ୍ୟୁ ହୋଇଥିଲା। ଅମୀନୀଙ୍କ ମୃତ୍ୟୁ ପରେ ଇରାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରିପୋର୍ଟ ଅନସାରେ ବର୍ତ୍ତମାନ ସୁଦ୍ଧା ଏହି ପ୍ରଦର୍ଶନରେ ୪୧ ଜଣଙ୍କ ଜୀବନ ଯାଇ ସାରିଛି।  

   Related Posts