ନାଟୋରେ ସାମିଲ ହେବା ବାଟ ଫିଟିଲା, ଫିନଲାଣ୍ଡର ଆବେଦନ ଉପରେ ମଞ୍ଜୁରୀ ଦେବ ତୁର୍କୀ
17/03/2023 at 10:31 PM

ନୂଆଦିଲ୍ଲୀ: ଫିନଲାଣ୍ଡ ପାଇଁ ଶୁକ୍ରବାର ଏକ ବଡ଼ ଖବର ସାମନାକୁ ଆସିଛି । ତୁର୍କୀ ରାଷ୍ଟ୍ରପତି ନାଟୋର ସଦସ୍ୟତା ଆବେଦନକୁ ମଞ୍ଜୁରୀ ପ୍ରଦାନ ଉପରେ ନିଜର ସହମତି ଜଣାଇଛନ୍ତି । ଫିନଲାଣ୍ଡ ରାଷ୍ଟ୍ରପତି ସେଲି ନିନିସ୍ତୋ ଫିନଲାଣ୍ଡର ନାଟୋ ସଦସ୍ୟତା ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ନିନିସ୍ତୋ ତୁର୍କୀ ରାଷ୍ଟ୍ରପତି ତାୟେପି ଏର୍ଦୋଗାନଙ୍କ ସହ ମିଳିତ ସମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ‘ଆପଣ ସହମତ ଥିବା ନେଇ ଆମେ ପୂର୍ବରୁ ଅବଗତ ହୋଇ ସାରିଥିଲୁ ଏବଂ ଆଜି ଏହା ଉପରେ ହସ୍ତାକ୍ଷର କରିବା ଦ୍ୱାରା ସ୍ପଷ୍ଟ ହେଉଛି ଯେ ତୁର୍କୀ ସଂସଦ ମଧ୍ୟ ଖୁବଶୀଘ୍ର ସହମତ ହେବ’ । ଫିନଲାଣ୍ଡର ରାଷ୍ଟ୍ରପତି କହିଛନ୍ତି ଯେ ଏହା ନିଶ୍ଚିତ ରୂପେ ଫିନଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
We had profound discussions on the geopolitical situation with President @RTErdogan in Ankara today.
— Sauli Niinistö (@niinisto) March 17, 2023
Türkiye has now decided to send the ratification of Finland’s NATO membership to its parliament. I look forward to further deepening the cooperation of our countries as allies. pic.twitter.com/8sbxuCwAe3