ଆଉ ଏକ ପ୍ରାଚୀନ ଗିର୍ଜାକୁ ମସଜିଦ୍‌ରେ ରୂପାନ୍ତରିତ କଲେ ତୁର୍କି ସରକାର

Published By : Prameya-News7 Bureau | August 21, 2020 IST

ଅଙ୍କାରା : ତୁର୍କି ରାଷ୍ଟ୍ରପତି ରେସେପ ତେପ ଏର୍ଡୋଗାନ ଦେଶକୁ ଦ୍ରୁତ ଇସ୍ଲାମୀକରଣ କରିବାରେ ଲାଗିଛନ୍ତି। ଏହି କ୍ରମରେ ଦେଶର ଆଉ ଏକ ପ୍ରାଚୀନ ଋଢିବାଦୀ ଚର୍ଚ୍ଚକୁ ମସଜିଦ୍‌ରେ ପରିଣତ କରିବା ଲାଗି ରାଷ୍ଟ୍ରପତି ଆଦେଶ ଜାରି କରିଛନ୍ତି। ତେବେ ଏଠାରେ କେବେଠୁ ନମାଜ ହେବ ସେ ନେଇ ଏବେ କିଛି କୁହାଯାଇ ନାହିଁ।

{"id":318231,"sizeSlug":"large"}

ନିକଟରେ ଇସ୍ତାନାବୁଲର ପ୍ରଶିଦ୍ଧ ହାଗିୟା ସୋଫିଆକୁ ମସଜିଦ୍‌ରେ ରୂପାନ୍ତରିତ କରାଯାଇଥିବା ବେଳେ ଏଠାରେ ନମାଜ ଆରମ୍ଭ ହୋଇଗଲାଣି। ପ୍ରଥମଥର ନମାଜ ବେଳେ ଏଠାରେ ଥିବା ମଦର ମେରିଙ୍କ ବିଶାଳ ଛବିକୁ ପର୍ଦ୍ଦାରେ ଢାଙ୍କି ଦିଆଯାଇଥିଲା। ତେବେ ନୂଆକରି ମସଜିଦ୍ ଘୋଷଣା ହୋଇଥିବା ଏହି ଗିର୍ଜାଟି ଚତୁର୍ଥ ଶତାବ୍ଦୀର। ତୁର୍କିର ଅଧିକାଂଶ ନିର୍ମାଣ ଏକାଦଶ ଶତାବ୍ଦୀର ବୋଲି ପ୍ରତ୍ନତତ୍ୱ ଦାବି କରୁଥିବା ବେଳେ ଦେଶର ସର୍ବପ୍ରାଚୀନ ଗିର୍ଜାର ମସଜିଦକରଣ ଏବେ ଇସାୟୀଙ୍କୁ ଅସନ୍ତୁଷ୍ଟ କରିପାରେ ବୋଲି ଆଶଙ୍କା କରାଯାଉଛି।

{"id":318232,"width":578,"height":443,"sizeSlug":"large"}

ଏହା ପୂର୍ବରୁ ଅଟୋମନ ସାମ୍ରାଜ୍ୟ ୧୪୫୩ରେ ତୁର୍କି ଅଧିକାର କରିବା ବେଳେ ହାଗିୟା ସାଫିଆକୁ ମସଜିଦ କରିଦେଇଥିଲେ। ତେବେ୭୦ ବର୍ଷ ପୂର୍ବେ ତୁର୍କିର ଧର୍ମ ନିରପେକ୍ଷା ସରକାର ଏହିବିବାଦୀୟ ମସଜିଦ୍‌କୁ ଲାଇବ୍ରେରୀରେ ପରିଣତ କରିଦେଇଥିଲେ। ତେବେ ଗତବର୍ଷ ତୁର୍କିର ଏକ କୋର୍ଟ ୧୯୪୫ ମସିହାରେ ସରକାରଙ୍କ ଏହି ନିଷ୍ପତ୍ତିକୁ ରଦ୍ଦ କରିଦେବା ସହ ଏହାକୁ ପୁଣି ମସଜିଦ୍ ବ୍ୟବହାର ଲାଗି ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.