ବଢ଼ୁଛି ତୁର୍କୀର ଦୁର୍ଦ୍ଦଶା, ୨୪ ଘଣ୍ଟାରେ ତୃତୀୟ ଭୂମିକମ୍ପ ଝଟକା
6/02/2023 at 7:17 PM

ପୁଣି ତୁର୍କୀରେ ଭୂମିକମ୍ପ ଝଟକା। ସୋମବାର ତୁର୍କୀରେ ତୃତୀୟ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ତୃତୀୟ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ରେକର୍ଡ ହୋଇଛି। ଏହି ଝଟକା ସନ୍ଧ୍ୟା ୫ ଟା ୩୨ ମିନିଟ୍ରେ ହୋଇଛି। ଫଳରେ ପୁଣି ତୁର୍କୀର ଦୁର୍ଦ୍ଦଶା ବଢ଼ିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ଦୁଇ ଦୁଇ ଥର ତୀବ୍ର ଭୟଙ୍କର ଝଟକାରେ ଦୋହଲିଯାଇଛି ସଂପୂର୍ଣ୍ଣ ତୁର୍କୀ। ପ୍ରଥମେ ୭.୮ ତୀବ୍ରତା ଏବଂ ଏହା ପରେ ୭.୬ ତୀବ୍ରତାର ଭୂମିକମ୍ପ ଆସିଥିଲା। ଯେଉଁଥିରେ ୧୮୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି, ହଜାର ହଜାର ସଂଖ୍ୟାରେ ଆହତ ହୋଇଛନ୍ତି। ଏହି ଝଟକା ଦକ୍ଷିଣ ତୁର୍କୀ ଏବଂ ସିରିଆରେ ପ୍ରଭାବରେ ପଡ଼ିଥିଲା। ହଜାର ହଜାର ସଂଖ୍ୟାରେ କୋଠା, ଘର ଆଦି କ୍ଷତିଗ୍ରସ୍ତ ହୋଇଛି। ଏମିତିରେ କିଛି ଘଣ୍ଟା ପରେ ଆସିଥିଲା ଦ୍ବିତୀୟ ଝଟକା ଯାହା ସରକାର ଏବଂ ପ୍ରଶାସନ ଚିନ୍ତା ବଢ଼ାଇଛି।
ସେପଟେ ଏହି ବିପର୍ଯ୍ୟୟ ପରେ ଭାରତ ସହ ଅନ୍ୟ ଦେଶ ସହାୟତା ଘୋଷଣା କରିଛନ୍ତି। ଭାରତ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆାରଏଫ୍ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛି। ଏହା ସହ ମେଡିକାଲ୍ ଏବଂ ଅନ୍ୟ ସହାୟତା ମଧ୍ୟ ଘୋଷଣା କରିଛି।