ଟୁରିଷ୍ଟ ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କଳିଙ୍ଗା ଘାଟି ଦେଇ ଯିବନାହିଁ ଟୁରିଷ୍ଟ ବସ୍‌

Published By : Prameya-News7 Bureau | May 25, 2022 IST

ଭୁବନେଶ୍ୱର, ୨୫/୦୫:  ଟୁରିଷ୍ଟ ବସ ଦୁର୍ଘଟଣା ପ୍ରସଙ୍ଗରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । କଳିଙ୍ଗା ଘାଟି ଟୁରିଷ୍ଟ ବସ ଦୁର୍ଘଟଣାର ତଦନ୍ତ ହେବ ବୋଲି ସେ କହିଛନ୍ତି । କାହିଁକି ଦୁର୍ଘଟଣା ଘଟିଛି ତାହାର କାରଣ ଖୋଜାଯିବ ।

ତେବେ କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଯିବାକୁ ଦିଆଯିବନି । ରୁଟ ପରିବର୍ତ୍ତନ କରି ଯିବ ଟୁରିଷ୍ଟ ବସ। ଦଶପଲ୍ଲା ଦେଇ ବସ ଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନା ଥାଉକି, ପଶ୍ଚିମବଙ୍ଗର ହାୱାଡା ଉଦନପୁର ଥାନା ଅଂଚଳରୁ ୭୭ ଜଣ ଯାତ୍ରୀ ଜଣଙ୍କୁ ନେଇ ଏକ ବସ୍ ପିକନିକ ପାଇଁ ଦାରିଙ୍ଗବାଡି ଆସିଥିଲା l ରାତିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିରୁ ୭୭ ଜଣ ଯାତ୍ରୀଙ୍କୁ ନେଇ ଫେରୁଥିଲା ଏହି ବସ୍‌ । ପିକନିକ ସାରି ସମସ୍ତେ ଦାରିଙ୍ଗବାଡିରୁ କଳିଙ୍ଗାଘାଟି ଦେଇ ଫେରୁଥିବା ବେଳେ ଘାଟି ତଳ ଅଂଚଳର ଦୁର୍ଗାପ୍ରସାଦ ଠାରେ ବସଟିର ବ୍ରେକ ପାଇପ ଫାଟିଯିବା ହେତୁ ଭାରସାମ୍ୟ ହରାଇ ବସଟି ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ଯାଇଥିଲା l ଯାହାଫଳରେ ଏହି ଦୁଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ବେଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.