ଏବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳିବ ଟନେଲ ଫିସ୍ ଆକ୍ୱାରିୟମ୍, ବିଦେଶ ପର୍ଯ୍ୟଟନ ସ୍ଥଳୀର ମଜା ନେବେ କଟକିଆ

Published By : Prameya-News7 Bureau | November 17, 2023 IST

କଟକ ୧୭/୧୧: ଚଳିତବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିବା ପାଇଁ ଯାଉଛି ଟନେଲ ଫିସ୍ ଆକ୍ୱାରିଅମ୍ । ବାଲିଯାତ୍ରାର ତଳ ପଡିଆରେ ଏହାର ଅଂଶ ଗୁଡ଼ିକ ଆସି ପହଞ୍ଚିବା ପରେ ଆରମ୍ଭ ହୋଇଯାଇଛି ଏହାର ଖଞ୍ଜା କାର୍ଯ୍ୟ । ବାଲିଯାତ୍ରା ପାଖେଇ ଆସୁଥିବା ହେତୁ ଜୋର୍ ସୋରରେ କାମରେ ଲାଗି ପଡିଛନ୍ତି ଶ୍ରମିକ ।

ବ୍ୟବସାୟ ନୁହେଁ ବରଂ କଟକ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ଏକ ମାତ୍ର ଲକ୍ଷ ବୋଲି କହିଛନ୍ତି ଏହାର ବ୍ୟବସାୟୀ । ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଇଛି ଐତିହାସିକ ବାଲିଯାତ୍ରା । ଏଥିପାଇଁ ବ୍ୟବସାୟୀ ମାନେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ପାଲଟିବାକୁ ଯାଉଛି ଟନେଲ ଫିସ୍ ଆକ୍ୱାରିୟମ୍ ।

ବର୍ତ୍ତମାନ ଟନେଲ ଅଂଶର ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପାଖାପାଖି ୧୫ରୁ ଉର୍ଦ୍ଧ୍ୱ ଟ୍ରକ ମାଧ୍ୟମରେ ଏହାର ଅଂଶ ଗୁଡ଼ିକ ସୁଦୂର କେରଳ ରାଜ୍ୟରୁ କଟକ ଅଣାଯାଇଛି । ଖାଲି ଶ୍ରମିକ ନୁହେଁ କ୍ରେନ୍ ମଧ୍ୟ ଅଣାଯାଇଛି ଏଥିପାଇଁ । ଭଗବାନ୍ ବିଷ୍ଣୁ ଙ୍କ ପାତାଳୀ ଅବତାର, ଜଳ ପରି, ଦ୍ବାରିକା ନଗରୀ, ଟାଇଟାନିକ ଜାହାଜ ଭଳି ଅନେକ ଆକର୍ଷଣୀୟ ଜିନିସ ଦେଖିବାକୁ ମିଳିବ ଏହି ଟନେଲ ଭିତରେ ।

wp:embed {"url":"https://www.prameyanews7.com/preparation-for-baliyatra-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/preparation-for-baliyatra-2023/
/wp:embed

ଖାଲି ସେତିକି ନୁହେଁ ବିଭିନ୍ନ ଦେଶୀ ବିଦେଶୀ ପ୍ରଜାତିର ମାଛ ମଧ୍ୟ ରହିବେ ଏହା ମଧ୍ୟରେ । ୨୧୦ ଫୁଟ ଟନେଲ୍ ଭିତରେ ଦର୍ଶକ ଯିବା ସମୟରେ ବିଦେଶର ପର୍ଯ୍ୟଟନ ସ୍ଥଳୀ ଭଳି ମଜା ନେବେ। ଏଥିପାଇଁ ପାଖାପାଖି ୭୦ ଲକ୍ଷ ଟଙ୍କାର ଖର୍ଚ୍ଚ ହେଉଥିବା ବେଳେ କେତେ ଟଙ୍କା ଟିକେଟର ମୂଲ୍ୟ ରହିବ ତାହା ଧାର୍ଯ୍ୟ କରାଯାଇ ନାହିଁ। ସେହିଭଳି କେବଳ ବ୍ୟବସାୟ ନୁହେଁ ବରଂ କଟକ ବାଲିଯାତ୍ରାର ଗାରିମାକୁ ବୃଦ୍ଧି କରିବା ଲାଗି ଏହାକୁ ଆଣିବାକୁ ମନସ୍ଥ କରାଯାଇଥିବା କଥା କହିଛନ୍ତି ଏହାର ଆୟୋଜକ ।

ସେହିଭଳି ଟନେଲ ଫିସ୍ ଆକ୍ୱାରିଅମ୍ ଖଞ୍ଜା ଚାଲିଥିବା ବେଳେ ବିଶେଷ କରି ନକଲି କୁମ୍ଭୀର , ହାତୀ , ଅକ୍ଟ୍ ପସ ଦେଖିବା ପାଇଁ କଟକିଆ ମାନଙ୍କର ଭିଡ ଜମିବାରେ ଲାଗିଛି । ବଡ଼ ବଡ଼ କାଚ ଘର,ହାତୀ ଓ କୁମ୍ଭୀର ପାଖରେ ଫୋଟୋ ଉଠାଇବାରେ ବ୍ୟସ୍ତ ସମସ୍ତେ। ଦେଶ ବିଦେଶରେ ଏଭଳି ଜିନିସ ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ କଟକରେ ଟନେଲ ଫିସ୍ ଆକ୍ୱାରିଅମ୍ ଦେଖିବାକୁ ମିଳୁଥିବା ଯୋଗୁ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.