ଉତ୍ତରକାଶୀରେ ଭୂସ୍ଖଳନ; ଯମୁନେତ୍ରୀ ଟନେଲରେ ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ

Published By : Prameya-News7 Bureau | November 12, 2023 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭିତରେ ଭୂସ୍ଖଳନ । ନିର୍ମାଣଧୀନ ଟନେଲ ଭିତରେ ଲ୍ୟାଣ୍ଡ ସ୍ଲାଇଡିଂ ହୋଇଥିବା ସୂଚନା ମିଳିଛି । ଯମୁନେତ୍ରୀ ଜାତୀୟ ରାଜପଥର ସିଲକ୍ୟାରାରୁ ଡଣ୍ଡଲଗାଓ ପର୍ଯ୍ୟନ୍ତ ନିର୍ମାଣଧୀନ ସୁଡ଼ଙ୍ଗ ରାସ୍ତାରେ ମାଟି ଅତଡ଼ା ଖସିଛି । ଫଳରେ ଏଥିରେ କାମ କରୁଥିବା ୪୦ରୁ ଶ୍ରମିକ ଫସି ରହିଛନ୍ତି । ଏନେଇ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଘଟଣାସ୍ଥଳରେ ଏସଡିଆର୍‌ଏଫ, ସ୍ଥାନୀୟ ପୋଲିସ ଓ ରାଜସ୍ବ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

wp:embed {"url":"https://www.prameyanews7.com/prime-minister-celebrate-diwali-with-army-soldiers-at-border/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prime-minister-celebrate-diwali-with-army-soldiers-at-border/
/wp:embed

ଏସଡିଆର୍‌ଏପ ଟିମ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ସମସ୍ତଙ୍କୁ ସୁରକ୍ଷିତ ଭାବେ ସୁଡ଼ଙ୍ଗ ଭିତରୁ ଉଦ୍ଧାର କରାଯିବ । ଏନଏଚଡିସିଏଲର ପୂର୍ବ ପ୍ରବନ୍ଧକ କହିଛନ୍ତି, ବ୍ରହ୍ମଖାଲ-ପୋଲଗାଓ ନିର୍ମାଣଧାନ ରାଜପଥରେ ସିଲକ୍ୟାର ନିକଟରେ ୨୩୪୦ ମିଟର ଟନେଲ ନିର୍ମାଣ ହେଉଛି । ଏଥିରେ ୨୭୦ ମିଟର ଭିତରେ ଭୂସ୍ଖଳନ ହୋଇଛି । ଫଳରେ ସେଠାରେ କାମ କରୁଥିବା ପ୍ରାୟ ୪୦ଜଣ ଶ୍ରମିକ ଫସିରହିଛନ୍ତି । ଏହି ସୁଡଙ୍ଗକୁ ଏନଏଚଆଇଡିସିଏଲର ନିର୍ଦ୍ଦେଶରେ ନବୟୁଗା କମ୍ପାନୀ ଏହାକୁ ନିର୍ମାଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.