ପୋଲିସ୍କୁ ମିଳିଲା ତୁନିଶାଙ୍କ ସୁଇସାଇଡାଲ ନୋଟ୍, ଶିଜାନଙ୍କ ପାଇଁ ଲେଖିଥିଲେ ଏମିତି….
30/12/2022 at 9:34 AM

ମୁମ୍ଵାଇ ୩୦।୧୨: ୨୦ ବର୍ଷୀୟ ତୁନିଶା ଶର୍ମା। ଯାହାଙ୍କ ଆତ୍ମହତ୍ୟା ପରେ ଇଣ୍ଡଷ୍ଟ୍ରିରେ ହଇଚଇ ଦେଖାଦେଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ପୋଲିସ୍ ଶିଜାଙ୍କୁ ଗିରଫ କରିଥିଲା । ଅଭିଯୋଗକୁ ଭିତ୍ତି କରି କୁହାଯାଉଛି କି ଶିଜାନ ତାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିଲେ। ଏଭଳି ପରିସ୍ଥିତିରେ ତୁନିଶାଙ୍କ ଏକ ନୋଟ ପୋଲିସ ପାଇଛି। ଏହି ନୋଟ୍ ମାମଲାର ପରବର୍ତ୍ତୀ ଅନୁସନ୍ଧାନରେ ବହୁତ ସାହାଯ୍ୟ କରିବାକୁ ଯାଉଛି।
ଏହି ନୋଟ୍ ମେକ୍ ଅପ୍ ରୁମରୁ ମିଳିଥିଲା । ଯେଉଁଠାରେ ତୁନିଶା ଶର୍ମା ଆତ୍ମହତ୍ୟା କରିଥିଲେ। ଯାହାକୁ ପଢିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । କାଗଜର ଗୋଟିଏ ପାର୍ଶ୍ୱରେ ତୁନିଶା ଲେଖିଛନ୍ତି ଶିଜାନ୍ ମୋହଦ୍ ଖାନ୍ ଏବଂ ଅନ୍ୟ ପଟେ ସେ ଲେଖିଛନ୍ତି ଯେ ସେ ମୋତେ କୋ-ଷ୍ଟାର ଭାବରେ ପାଇଛନ୍ତି, ଏହା ହେଉଛି ତାଙ୍କ ଭାଗ୍ୟ ୱୋହୋ!
ପୋଲିସ୍ କୋର୍ଟରେ ଶିଜାନଙ୍କୁ ହାଜର କରି ଉକ୍ତ ନୋଟ୍ ବିଷୟରେ କହିଛି। ମିଡିଆ ଖବର ଅନୁଯାୟୀ ତୁନିଶା ଓ ଶିଜାନ ମଧ୍ୟ ୧୫ ମିନିଟ ସେଟ୍ରେ କଥା ହୋଇଥିଲେ। ଏହା ପରେ ତୁନିଶା କ୍ରିପ୍ ବ୍ୟାଣ୍ଡେଜ୍ ବ୍ୟବହାର କରି ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଶିଜାନଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତୁନିଶାଙ୍କୁ ଡାକ୍ତରଙ୍କ ନିକଟକୁ ନେଉଛନ୍ତି।
ବ୍ରେକଅପ୍ ପାଇଁ କାରଣ- ତୁନିଶାଙ୍କ ପରିବାର ସଦସ୍ୟ ଶିଜାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ଶିଜାନ ତୁନିଶାଙ୍କୁ ପ୍ରତାରଣା କରିଛନ୍ତି। ତାଙ୍କର ଅନେକ ଝିଅ ସହିତ ଶାରୀରିକ ସମ୍ପର୍କ ଥିଲା। ସେ କିଛି ଦିନ ପୂର୍ବରୁ ତୁନିଶାଙ୍କ ସହ ବ୍ରେକଅପ୍ କରିଥିଲେ । ଯେଉଁଥିପାଇଁ ସେ ଡିପ୍ରେସନରେ ଥିଲେ। ହେଲେ ଶିଜାନ କହିଥିଲେ କି ବ୍ରେକଅପ୍ର କାରଣ ହେଉଛି ଧର୍ମ ଏବଂ ବୟସର ପାର୍ଥକ୍ୟ।