ଆତ୍ମହତ୍ୟାର ତିନିଦିନ ପୂର୍ବରୁ ମାଆଙ୍କୁ ଭଏସ୍ ମେସେଜ୍ ପଠାଇଥିଲେ ତୁନିଶା ? ହେଲା ଖୁଲାସା

Published By : Prameya-News7 Bureau | January 08, 2023 IST

ମୁମ୍ଵାଇ ୦୮।୦୧: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ତୁନିଶା ଶର୍ମା। ୨୪ ଡିସେମ୍ଵର ୨୦୨୨ରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ବେଳକୁ ମାତ୍ର ତାଙ୍କୁ ୨୦ ବର୍ଷ ହୋଇଥିଲା । ଅଭିନେତ୍ରୀ ନିଜ ଟିଭି ସୋ 'ଅଲି ବାବା: ଦସ୍ତାନ-ଇ-କାବୁଲ'ର ସେଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିନେତ୍ରୀଙ୍କ ଆତ୍ମହତ୍ୟା ପରେ ତାଙ୍କ ମା ଜାଣିବାକୁ ପାଇଲେ ଯେ ତାଙ୍କ ସହ-ଅଭିନେତା ତଥା ପୂର୍ବତନ ପ୍ରେମିକା ଶିଜାନ ଖାନଙ୍କ ସହ ବ୍ରେକଅପ୍ ହେତୁ ତୁନିଶା ଡିପ୍ରେସନରେ ଅଛନ୍ତି। ସେପଟେ ଶିଜାନଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ତୁନିଶାଙ୍କ ମା ଅଭିନେତ୍ରୀଙ୍କୁ କଣ୍ଟ୍ରୋଲ କରୁଥିଲେ। ବର୍ତ୍ତମାନ ଅଭିନେତ୍ରୀଙ୍କ ମା ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ଆଜ୍‌ତକକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ତୁନିଶାଙ୍କ ମା କହିଛନ୍ତି ୨୧ ଡିସେମ୍ଵରରେ ନିଜ ପୋଷା କୁକୁର ସହ ହ୍ଵାଟସପ୍‌ରେ ଏକ ଫଟୋ ସେୟାର କରିଥିଲେ। ସେହି ଫଟୋକୁ ଦେଖି ତୁନିଶା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।  କାହିଁକି ନା ତାଙ୍କ ମାଆଙ୍କୁ କୁକୁର ପସନ୍ଦ ନୁହେଁ। ତୁନିଶା ତାଙ୍କ ମା’ଙ୍କୁ ଏକ ଭଏସ୍‌ ମେସେଜ୍‌ ପଠାଇ କହିଥିଲେ, “ମାମା, ମୁଁ ତୁମକୁ କେତେ ଭଲ ପାଏ ମୁଁ କହି ପାରିବି ନାହିଁ। ମାମା ମୁଁ ତୁମକୁ ବହୁତ ଭଲ ପାଏ । ତୁମେ ମୋ ପାଇଁ ସବୁକିଛି କର ଯାହା ମୁଁ କୁହେ। ଧନ୍ୟବାଦ ମେରୀ ଜାନ୍‌। ମୁଁ ଶୀଘ୍ର ଘରକୁ ଆସିବି।

ଶିଜାନ ଖାନଙ୍କ ପରିବାର ତୁନିଶା ଶର୍ମାଙ୍କ ମାଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଶିଜାନଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ତୁନିଶାଙ୍କ ମା ତାଙ୍କୁ କଣ୍ଟ୍ରୋଲ୍‌ କରୁଥିଲେ। ହେଲେ ତୁନିଶାଙ୍କ ମା ଏହି ସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ତୁନିଶାଙ୍କ ମା କହିଛନ୍ତି ଯେ ତୁନିଶା ତାଙ୍କର ଏକମାତ୍ର ଝିଅ ଏବଂ ସେ ଅଭିନେତ୍ରୀଙ୍କ ପିତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ସର୍ବଦା ତାଙ୍କୁ ଖୁସିରେ ରଖିବେ। ଏଥିସହ ଟଙ୍କା ନଦେବା ଅଭିଯୋଗରେ ତୁନିଶାଙ୍କ ମା କହିଛନ୍ତି ଯେ ସେ ଗତ ୩ ମାସ ମଧ୍ୟରେ ଅଭିନେତ୍ରୀଙ୍କୁ ୩ ଲକ୍ଷ ଟଙ୍କା ଦେଇଛନ୍ତି। ଯାହା ସେ ବୋଧହୁଏ ଶିଜାନଙ୍କ ପରିବାର ପାଇଁ ଖର୍ଚ୍ଚ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.