ବ୍ରେକ୍ଅପ ଯୋଗଁ ଚିନ୍ତାରେ ଥିଲେ ତୁନିଶା ? ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଗିରଫ
25/12/2022 at 7:52 AM

ମୁମ୍ଵାଇ ୨୫।୧୨: ଟେଲି ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା। ମୃତ୍ୟୁ ବେଳକୁ ତୁନିଷାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା। ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ନିଜ ସୁଟିଂ ସେଟ୍ରେ ତଥା ମେକ୍ଅପ୍ ରୁମରେ ଫାଶୀ ଲଗାଇ ଝୁଲି ପଡିଥିଲେ। ପରେ କ୍ରୁ ମେମ୍ବରମାନେ ଅଭିନେତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ମୁତାବକ, ମୃତ୍ୟୁର ପ୍ରାୟ ୫ ଘଣ୍ଟା ପୂର୍ବରୁ ତୁନିଷା ସେଟ୍ର ମେକ୍ଅପ ରୁମ୍କୁ ନିଜର ଏକ ଭିଡିଓ ସେୟାର କରିଥିଲେ।
କୁହାଯାଉଛି କି ତୁନିଷା ଗତ କିଛି ଦିନ ହେବ ବ୍ରେକ୍ଅପ୍ ହେବା ପରେ ଟେନ୍ସନରେ ଥିଲେ। ତେବେ କହିବାକୁ ଗଲେ ତୁନିଶାଙ୍କ ବଏଫ୍ରେଣ୍ଡ ତଥା କୋ-ଷ୍ଟାର ଶିଜାନ ମୋହମ୍ମଦ ଖାନଙ୍କୁ ଗିରଫ କରାଯାଇଛି । ପୋଲିସ୍ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିନେତ୍ରୀଙ୍କ ମାଆ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପୋଲିସ୍ କହିଛି କି ଅଭିନେତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ତାଙ୍କୁ ଉସାଇଥିବା ମାମଲାର ରୁଜୁ ହୋଇଛି। ସୋମବାର ତାଙ୍କୁ କୋର୍ଟରେ ହାଜର କରାଯିବ। ଅଭିନେତ୍ରୀ କାହିଁକି ଆତ୍ମହତ୍ୟା କଲେ, ତାହା ଅସ୍ପଷ୍ଟ ରହିଛି। ଏନେଇ ପୋଲିସ୍ ଦୁଇପଟୁ ଯାଞ୍ଚ କରୁଛି।