ଆମ ବେପାର ମାନ୍ଦା ହେଲାଣି, ବୁକିଂ କ୍ୟାନସଲ୍ ହେଉଛି ; ସମସ୍ତେ ଆମକୁ ଟୁଙ୍ଗୁରୁ ଟୁଙ୍ଗୁରୁ ଡାକୁଛନ୍ତି…

Published By : Prameya-News7 Bureau | July 07, 2022 IST

ଭୁବନେଶ୍ୱର ୦୭।୦୭: ସାର୍‌ ରାସ୍ତାଘାଟରେ ଆଉ ଅଟୋ ଚଲାଇ ହେଉନାହାନ୍ତି । ମହିଳାମାନେ ଏବେ ଅଟୋ ବି ବୁକିଂ କରୁନାହାନ୍ତି । ଜଣେ ଭୁଲ୍‌ କଲା ଏବେ ସମସ୍ତ ଆମକୁ ଟୁଙ୍ଗୁରୁ ଭୋଳ ଡାକୁଛନ୍ତି । ଆମେ ନାମ ଭୁଲିଗଲେଣି କି ଆମ ପେଶାକୁ ସମ୍ମାନ ଦେଉନାହାନ୍ତି । କେଉଁସ୍ଥାନକୁ ଯିବାକୁ ହେଲେ ହେ..ଟୁଙ୍ଗୁରୁ ବୋଲି ଡାକୁଛନ୍ତି । ଆପଣ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଆଉ ସୋସିଆଲ୍‌ ମିଡିଆରେ ସମସ୍ତ ଆକାଉଣ୍ଟକୁ ବ୍ଲକ କରିବାକୁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ସ୍ମାଟ ସିଟି ଅନ୍‌ଲାଇନ୍‌ ଅଟୋ ସଂଘର କର୍ମକର୍ତ୍ତା ।

wp:html /wp:html

ସେପଟେ ପୋଲିସ କହିଛି ଯେ, ସଂଘ ପକ୍ଷରୁ ପୂର୍ବରୁ ଦାଖଲ ହୋଇଥିବା ଅଭିଯୋଗରେ ସ୍ପଷ୍ଟ ଭାବେ କୌଣସି ପ୍ରସଙ୍ଗ ଉଲ୍ଲେଖ ନଥିଲା । ସେଥିପାଇଁ ପୋଲିସକୁ ତଦନ୍ତ କରିବାରେ ଅସୁବିଧା ହୋଇଥିଲା । ଏବେ ସଂଘ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗ ଅନୁସାରେ ତଦନ୍ତ କରାଯିବ ।

ସୂଚନାଯୋଗ୍ୟ ଯେ, ଅଟୋ ଡ୍ରାଇଭର ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳଙ୍କ  ପ୍ରେମକାହାଣୀକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ନେଇ ବିଭିନ୍ନ ଆଲ୍‌ବମ୍‌ ମଧ୍ୟ ସୁଟିଂ ହୋଇଛି ।  ସୋସିଆଲ୍‌ ମିଡିଆରେ ଅନେକ ଭିଡିଓ ଭାଇରାଲ ମଧ୍ୟ ହେଉଛି । ଯାହାକୁ ନେଇ ଅଟୋ ସଂଘ ପକ୍ଷରୁ ବିରୋଧ କରାଯାଇଛି । ଅଟୋ ଡ୍ରାଇଭରମାନଙ୍କୁ ସମସ୍ତେ ଏବେ ଟୁଙ୍ଗୁରୁ ଟୁଙ୍ଗୁରୁ ଡାକୁଛନ୍ତି । ଯାହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ମାଟ ସିଟି ଅନ୍‌ଲାଇନ୍‌ ଅଟୋ ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.