ଶିଲାଜିତ୍ ଠାରୁ ବି ଅଧିକ ଶକ୍ତିବର୍ଦ୍ଧକ ଏହି ଗଛର ପତ୍ର, ଜାଣନ୍ତୁ ଏହା କେଉଁ ଗଛ ଓ ଏହାର ଲାଭ
8/07/2019 at 4:26 PM

ଶିଲାଜିତ ଏକ ଆୟୁର୍ବେଦୀୟ ଶକ୍ତିବର୍ଦ୍ଧକ । ହିମାଳୟ ଓ ଭୁ୍ଟ୍ଟାନର ପର୍ବତମାଳାରୁ ଏହା ସଂଗୃହୀତ ହୋଇଥାଏ। ସାଧାରଣତଃ ଶାରୀରିକ ଦୁର୍ବଳତା ଚିକିତ୍ସା ନିମନ୍ତେ ବୈଦ୍ୟ ଏଥିରେ ଔଷଧ ପ୍ରସ୍ତୁତ କରିଥାନ୍ତି। ତେବେ ଦୁର୍ଲଭ ଶିଲାଜିତଠାରୁ ବି ଶକ୍ତିବର୍ଦ୍ଧକ ଆମ ବାଡି ବଗିଚାରେ ରହିଛି। ହେଲେ ଆମେ ଏହା ଜାଣିନାହେଁ। ଏମିତି ଏକ ଦୁର୍ଲଭ ବୃକ୍ଷ ହେଉଛି ତୁଳସୀ ଯାହାକୁ ଆମେ ଅଗଣାରେ ଚଉରା କରି ପୂଜା କରେ। ଏହା କେବଳ ଶକ୍ତି ବର୍ଦ୍ଧକ ନୁହେଁ ଦୂରାରୋଗ୍ୟ ବାଧିରୁ ମଧ୍ୟ ଆମକୁ ମୁକ୍ତ ରଖିପାରେ। ଆସନ୍ତୁ ଜାଣିବା ତୁଳସୀର ଫାଇଦା।

ଆୟୁର୍ବେଦ ଅନୁସାରେ ସକାଳେ ନିଦରୁ ଉଠି ପାଟି ନ ଧୋଇ ଯଦି ତୁଳସୀପତ୍ର ଚୋବାଇ ଖାଇବା ତେବେ ଦାନ୍ତ ମଜବୁତ ହୋଇଥାଏ। ଦାନ୍ତ ପୋକଡା ହୋଇ ନଥାଏ। ତୁଳସୀରେ ଥିବା ଥାଇମୋନ ନାମକ ତତ୍ୱ ଆମର ତ୍ୱଚାକୁ ଉଜ୍ୱଳ କରିଥାଏ। ପତ୍ରର ରସକୁ ବ୍ରଣରେ ଲଗାଇଲେ ଭଲ ହୋଇଯିବା ସହ ଚିହ୍ନ ବି ହୋଇନଥାଏ। ସେହିପରି ତୁଳସୀ ଆମକୁ ଋତୁକାଳୀନ ରୋଗ ବେମାରୀରୁ ମଧ୍ୟ ମୁକ୍ତ ରଖିଥାଏ। ପତ୍ରକୁ ସିଝାଇ ପିଇଲେ ମାନସିକ ଉତ୍ତେଜନାରୁ ମୁକ୍ତି ମିଳିବା ସହ ମୁଣ୍ଡ ବିନ୍ଧା, ଜ୍ୱର ଓ କାସ ଉପଶମ ହୋଇଥାଏ। ଏଥି ନିମନ୍ତେ ତୁଳସୀ ପତ୍ରକୁ ଗୋଲମରିଚ, ସନ୍ଧୈବ ଲବଣ ଓ ଅଦା ସହ ସିଝାଇ ପିଇବାକୁ ହୋଇଥାଏ।

ସେହିପରି ଯଦି କେହି ପରିସ୍ରା ସମ୍ପର୍କିତ ରୋଗବ୍ୟାଧିର ଶିକାର ହୋଇଥାନ୍ତି ତାଙ୍କ ପାଇଁ ତୁଳସୀ ଏକ ଉପଯୋଗୀ ଔଷଧ। ଏଥିପାଇଁ ନିୟମିତ ତୁଳସୀ ପତ୍ରକୁ ଚୋବାଇକରି ଖାଇବାକୁ ହୁଏ। ସେହିପରି ତୁଳସୀ ପତ୍ର ଖାଇଲେ ମହିଳାଙ୍କ ମାସିକ ଚକ୍ର ନିୟମିତ ହୁଏ। ଏହା ଛଡା ଦୁର୍ବଳତା ଦୂର କରିବା ଲାଗି ଶିଲାଜିତ ଖାଉଥିବା ପୁରୁଷ ଯଦି ନିୟମିତ ସକାଳେ ତୁଳସୀପତ୍ର ଚୋବେଇ କରି ଖାଇବେ ତେବେ ତାଙ୍କୁ ଶିଲାଜିତ ଠାରୁ ମଧ୍ୟ ଅଧିକ ଲାଭ ମିଳିବା ନିଶ୍ଚିତ ।