ହିଲାରି କ୍ଲିଣ୍ଟନଙ୍କ ଟିପ୍ପଣୀର ଏପରି ଜବାବ ଦେଲେ ତୁଲସୀ ଗବାର୍ଡ, ଜାଣନ୍ତୁ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି କ’ଣ

Published By : Prameya-News7 Bureau | October 19, 2019 IST

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଆହୁରି ଢେର ସମୟ ବାକି ଅଛି। ହେଲେ ରାଜନୀତି ଏବେଠୁ ଉଷ୍ମ ହେବାରେ ଲାଗିଲାଣି। ଗତ ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ହୋଇଥିବା ରିପବ୍ଲିକାନ ପାର୍ଟି ନେତ୍ରୀ ହିଲାରୀ କ୍ଲିଣ୍ଟନ ଏଥର ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିପାରନ୍ତି। ଏଣୁ ଆଗାମୀ ନିର୍ବାଚନ ଲାଗି ସେ ନିକଟରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଏବେ ତାଙ୍କ ଲାଗି ମହଙ୍ଗା ପଡିଛି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ କାହାର ନାମ ନନେଇ ବିଦେଶୀ ସହଯୋଗରେ ଜଣେ ତୃତୀୟ ପକ୍ଷ ପ୍ରାର୍ଥୀ ହେଉଥିବା କ୍ଲିଣ୍ଟନ କହିଥିଲେ। ତେବେ ଭାରତୀୟ ବଂଶୋଦଭ ଆମେରିକୀୟ ସାଂସଦ ତୁଲସୀ ଗବାର୍ଡ ଏକ ଟ୍ୱିଟ୍ ରେ କ୍ଲିଣ୍ଟନଙ୍କୁ ତାଙ୍କ ମନ୍ତବ୍ୟର ଦୃଢ ଜବାବ ଦେଇଛନ୍ତି।

{"id":171793}

ଆଗାମୀ ନିର୍ବାଚନରେ ତୁଲସୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି। ବାରାକ ଓବାମାଙ୍କ ପୂର୍ବତନ ସହଯୋଗୀ ଡେଭିଡ ପ୍ଲୁଫେଙ୍କ ଅନୁସାରେ ଗବାର୍ଡଙ୍କୁ ଟ୍ରମ୍ଫ ଓ ଋଷିଆ ମିସି ତୃତୀୟପକ୍ଷ ପ୍ରାର୍ଥୀ କରିପାରନ୍ତି ବୋଲି  କ୍ଲିଣ୍ଟନ ଭାବୁଛନ୍ତି। ତେବେ ଗବାର୍ଡ ଜଣେ ହିନ୍ଦୁ ହୋଇଥିବାରୁ ଭାରତୀୟ ଆମେରିକାନ ମାନଙ୍କର ଜଣେ ପ୍ରୀୟ ପ୍ରାର୍ଥୀ। ତେବେ ହିଲାରୀ କ୍ଲିଣ୍ଟନଙ୍କ ତୀର୍ଯ୍ୟକ ବୟାନ ଗବାର୍ଡଙ୍କୁ ବ୍ଯଥିତ କରିଛି। ଏଥିରେ ସେ ଏତେମାତ୍ରାରେ ବ୍ୟଥିତ ହୋଇପଡିଛନ୍ତି  ତାଙ୍କର ସମସ୍ତ ରୋଷ ଟ୍ୱିଟ୍ ମାଧ୍ୟମରେ ପ୍ରକାଶ କରିଦେଇଛନ୍ତି।

wp:html /wp:html

ଗବାର୍ଡ ହିଲାରୀଙ୍କୁ ଯୁଦ୍ଧ ଉସକାଉଥିବା ରାଣୀ ସମେତ ଭ୍ରଷ୍ଟାଚାରର ପ୍ରତିମୂର୍ତ୍ତି, ଦୀର୍ଘ ସମୟ ଧରି ରିପବ୍ଲିକାନ ପାର୍ଟିକୁ ରୋଗ ଗ୍ରସ୍ତ କରିରଖିଥିବା ଦୁର୍ଗନ୍ଧ ଭାବେ ଅଭିହିତ କରିଛନ୍ତି। ଏହା ସହିତ ପ୍ରାଇମେରି (ପ୍ରାରମ୍ଭିକ ପ୍ରାର୍ଥୀ ଚୟନ ନିର୍ବାଚନ) ଏବେ ତୁମ ଓ ମୋ ମଧ୍ୟରେ ବୋଲି ମୁଁ ସ୍ପଷ୍ଟ ହୋଇସାରିଥିବା ଗବାର୍ଡ ଉଲ୍ଲେଖ କରିଥିବା ବେଳେ ଏବେ ଆଉ ପଛରୁ ଲୁଚି ଆକ୍ରମଣ ନ କରି ସିଧା ଦୌଡକୁ ଆସିବାକୁ କ୍ଲିଣ୍ଟନଙ୍କୁ ଆହ୍ୱାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.