ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ବାହାରିଲା ସଜ ଫୁଲ ତୁଳସୀ ରଥ
21/11/2023 at 2:16 PM

ବିନିକା ୨୧।୧୧: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ସୁସଜ୍ଜିତ ସଜ ତୁଳସୀ ରଥ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଛି l ସୁସଜ୍ଜିତ ତୁଳସୀ ରଥ ମଙ୍ଗଳବାର ସକାଳୁ ବିନିକା ଦୁର୍ଗାମଣ୍ଡପ, ଜଗନ୍ନାଥ ମନ୍ଦିରରୁ ସଜ ଫୁଲ ଓ ତୁଳସୀ ନେଇ ପାତାଳୀ ଶ୍ରୀକ୍ଷେତ୍ର ଠାରୁ ବାହାରି ବିନିକା, ସୋନପୁର, ବୌଦ୍ଧ, ନୟାଗଡ ଓ ଭୁବନେଶ୍ୱର ଅତିକ୍ରମ କରି ଜଗନ୍ନାଥ ଧାମ ପୁରୀ ଶ୍ରୀକ୍ଷେତ୍ରକୁ ପହଞ୍ଚିବ । ସନ୍ଧ୍ୟାରେ ସଜ ତୁଳସୀ ଓ ଫୁଲ ଜଗନ୍ନାଥ ମନ୍ଦିରରେ ଅର୍ପଣ କରାଯିବ ।

ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ପ୍ରଭୁଙ୍କ ଠାରେ ଏହି ସଜ ଫୁଲ ଓ ତୁଳସୀ ଲାଗି ହେବ l ବିନିକା ସହରବାସୀ ଫୁଲ ଓ ତୁଳସୀ ଦେବାସହ ଭଜନ କୀର୍ତ୍ତନ, ହୁଳହୁଳି ଏବଂ କରତାଳି ଦେଇ ରଥକୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି l
You Can Read :