ରାଜ୍ୟରେ ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି : ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
16/03/2023 at 12:08 PM

ଭୁବନେଶ୍ବର ୧୬।୩: ରାଜ୍ୟରେ ବନ୍ଦର ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କୌଣସି ଅନ୍ତର୍ଜାତୀୟ ଜଳପଥ ବନ୍ଦର ନାହିଁ । ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି । ଏଥିରୁ ଧାମରା ଓ ଗୋପାଳପୁରଠାରୁ ଦୁଇଟି ଅଣବୃହତ ବନ୍ଦର କାର୍ଯ୍ୟକ୍ଷମ ଅଛି । ସୁବର୍ଣ୍ଣପୁର ଓ ଅସ୍ତରଙ୍ଗ ମୁହାଣରେ ବନ୍ଦର କାମ ଚାଲିଛି । ବାକି ୧୦ରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଇଞ୍ଚୁଡ଼ି, ଭଦ୍ରକ, ପୁରୀ ଓ ଗଞ୍ଜାମରେ ଅଣବୃହତ ବନ୍ଦର ନିର୍ମାଣ ହେବ । ସବୁ ସୁବ୍ୟବସ୍ଥିତ କରିବା ପାଇଁ IIT ମାଡ୍ରାସ ସହ ୧୬ କୋଟି ୮୫ ଲକ୍ଷ ୪୦୦ ଟଙ୍କାର ଚୁକ୍ତି ହୋଇଛି ।
କେନ୍ଦ୍ରାପଡ଼ା ମହାକାଳପଡ଼ା ମହାନଦୀ ନିକଟରେ ନଦୀଭିତ୍ତିକ ବନ୍ଦର ପାଇଁ ପ୍ରସ୍ତାବ ରହିଛି । ଯାହାର ସର୍ଭେ ପାଇଁ WAPCOSକୁ ୭୪କୋଟି ଦିଆଯାଇଛି । ସବୁ କାମ ସରକାରୀ ଓ ଘରୋଇ ସହଭାଗିତାରେ ଚାଲିଛି । ରାଜ୍ୟ ସରକାର କେବଳ ଲିଜ୍ ସୂତ୍ରରେ ଜମି ଯୋଗାଇ ଦେଉଛନ୍ତି ।